ନିଶାସକ୍ତ ଯାତ୍ରୀଙ୍କ ବାନ୍ତି ସଫାକଲେ ଏୟାରହୋଷ୍ଟେସ

Spread the love

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ଅଭଦ୍ରୋଚ୍ଚିତ ବ୍ୟବହାର ଏୟାର ଇଣ୍ଡିଆ ବିମାନ ଘଟଣାକୁ ତାଜା କରିଛି, ଯେଉଁଥିରେ ଜଣେ ନିଶାସକ୍ତ ଯାତ୍ରୀ ତାଙ୍କର ଜରେ ବରିଷ୍ଠ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ। ଇଣ୍ଡିଗୋ ବିମାନ ଗୌହାଟୀରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ଜଣେ ଯାତ୍ରୀ ଏତେ ମାତ୍ରାରେ ମଦ୍ୟପାନ କରିଥିଲେ କି, ସେ ଟଏଲେଟକୁ ଯିବାକୁ ଉଠିଥିଲେ। କିନ୍ତୁ ନିଶା ସ୍ଥିତିରେ ବିମାନ ଭିତରେ ହିଁ ବାନ୍ତି କରି ଦେଇଥିଲେ। ଏହା ପରେ ଟଏଲେଟକୁ ଯାଇଥିଲେ ମଧ୍ୟ ଟଏଲେଟ ଭିତରକୁ ନ ଯାଇ ବାହାରେ ଏଣେତେଣେ ପରିସ୍ରା କରିଥିଲେ।

ଏହି ଘଟଣାଟି ମାର୍ଚ୍ଚ ୨୬ ତାରିଖରେ। ଯାତ୍ରୀଙ୍କ ବାନ୍ତି ପରେ ଅନ୍ୟ ଯାତ୍ରୀଙ୍କ ପାଇଁ ସେଠାରେ ବସିବା କଷ୍ଟକର ହୋଇ ପଡିଥିଲା, ତେଣୁ ଏୟାରହଷ୍ଟେସଙ୍କୁ ବିମାନ ସଫା କରିବାକୁ ପଡିଥିଲା।  ଏହି ଘଟଣାକୁ ବିମାନରେ ଥିବା ଗୌହାଟୀ ହାଇକୋର୍ଟର ଜଣେ ବରିଷ୍ଠ ଓକିଲ ନିଜ ମୋବାଇଲରେ ରେକର୍ଡ କରିନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ବରିଷ୍ଠ ଓକିଲ ଟ୍ବିଟରରେ ଲେଖିଥିଲେ, ଚାଳକ ଦଳର ସଦସ୍ୟଙ୍କୁ ଏହାକୁ ସଫା କରିବାକୁ ଚଟାଣରେ ଆଣ୍ଠେଇବାକୁ ହୋଇଥିଲା। କିନ୍ତୁ ଏହା ସେମାନଙ୍କ ସମ୍ମାନ ସହ ଜଡିତ ଥିବାରୁ ସେସବୁ ଫଟୋ ଉଠାଇନାହିଁ। ଅନ୍ୟ ଜଣେ ଯାତ୍ରୀ ଟ୍ବିଟ କରି କିଛି ଲୋକ ମଦ ସମ୍ଭାଳି ପାରନ୍ତି ନାହିଁ ଲେଖିଥିବା ବେଳେ ଏହା ଉପରେ ଟ୍ବିଟର ୟୁଜର୍ସସ ବେଶ ମଜା ନେଉଛନ୍ତି। ଅନେକ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *