ମହାରାଷ୍ଟ, ମଧ୍ୟପ୍ରଦେଶରେ ଭୂମିକମ୍ପ

Spread the love

ମୁମ୍ବାଇ: ମଙ୍ଗଳବାର ଦିନ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଦହାନୁରେ ହାଲୁକା ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ରହିଥିଲା। ପାଲଘର ଜିଲ୍ଲାପାଳ ଅଫିସର ଜଣେ ଅଧିକାରୀଙ୍କ ମୁତାବକ ଦହାନୁରୁ ପୂର୍ବକୁ ପ୍ରାୟ ୧୩ କିଲୋମିଟ ଦୂରରେ ସୋମବାର ଅପରାହ୍ନ ୧୨ଟା ୫୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୂକମ୍ପ ସମୟରେ କୌଣସି ବ୍ୟକ୍ତିଙ୍କ ହତାହତ ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ତେବେ ପାଲଘରର ଏହି ଦହାନୁରେ ୨୦୧୮ ନଭେମ୍ବରରେ ଏହି ଭଳି ଏକାଧିକ ଭୂକମ୍ପର ଝଟକା ହୋଇଛି, ସେସବୁରୁ ଅଧିକାଂଶ ଡୁଣ୍ଡଲବାଡି ଗାଁ ନିକଟରେ କେନ୍ଦ୍ରିଭୂତ ହୋଇଥିଲା।

ସେହିପରି ମଙ୍ଗଳବାର ସକାଳୁ ମଧ୍ୟପ୍ରଦେଶର ଜବଲପୁର ଓ ତାର ଆଖପାଖ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ଥିଲା ୪.୩।  ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଆଇଏମଡି ବିଶେଷଜ୍ଞଙ୍କ ଅନୁଯାୟୀ ଜବଲପୁର, ଡିଣ୍ଡୋରୀ, ମଣ୍ଡଳା, ଅନୁପପୁର, ବାଲାଘାଟ ଓ ଉମରିୟା ଜିଲ୍ଲାର କିଛି ଅଞ୍ଚଳରେ ସକାଳ ୮ଟା ୪୩ ମିନିଟରେ ଭୂମିକମ୍ପ ହୋଇଛି।

Leave a Reply

Your email address will not be published. Required fields are marked *