ନାସିକ ଓ ଅରୁଣାଚଳରେ ଭୂମିକମ୍ପ

Spread the love

ମୁମ୍ବାଇ: ବୁଧବାର ଦେଶ ଅନୁଭବ କରିଛି ଦୁଇଟି ଭୂକମ୍ପ। ପ୍ରଥମଟି ନାସିକରେ ହୋଇଥିବା ବେଳେ ଦ୍ବିତୀୟ ଭୂମିକମ୍ପ ଅରୁଣାଚଳପ୍ରଦେଶରେ ଅନୁଭୂତ ହୋଇଛି। ଏନେଇ ସୂଚନା ଦେଇଛି ନାସନାଲ ସେଣ୍ଟର ଫର ସିସ୍କୋଲୋଜି।

ରାତି ନ ପାହୁଣୁ ଭୁକମ୍ପ ଝଟକାରେ ଥରିଉଠିଥିଲା ମହାରାଷ୍ଟ୍ରର ନାସିକ। ୨୩ ନଭେମ୍ବର ଭୋର ୪ଟା ୪ରେ ମହରାଷ୍ଟ୍ରର ନାସିକରେ ଅନୁଭୂତ ହୋଇଥିଲା ଭୂକମ୍ପ। ଏହି ଭୂକମ୍ପର ତୀବ୍ରତା ଥିଲା ୩.୬ ବୋଲି ନାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ସୂଚନା ରହିଛି। ଭୂମିଠାରୁ ୫ ମିଟର ଗଭୀରତାରେ ଏହି ଭୂମିକମ୍ପର କେନ୍ଦ୍ର ଥିବା ସୂଚନା ରହିଛି।  ତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ ନଷ୍ଟ ହୋଇନଥିବା ଜଣାପଡିଛି।

ସେହିପରି ବୁଧବାର ସକାଳ ପ୍ରାୟ ୭ଟାରେ ଅରୁଣାଚଳ ପ୍ରଦେଶରେ ମଧ୍ୟ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ଜମିରୁ ୧୦ କିମି ଭିତରରେ ଥିଲା। ଏହି ଭୂକମ୍ପ ରାଜ୍ୟର ବସରରୁ ୫୮ କିମି ଉତ୍ତର ପଶ୍ଚିମ ଉତ୍ତରରେ ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *