ମଧ୍ୟପ୍ରଦେଶ ସହ ମଣିପୁରରେ ଭୂକମ୍ପ ଅନୁଭୂତ

Spread the love

ଗ୍ବାଲିୟର: ମଧ୍ୟପ୍ରଦେଶରେ ଶୁକ୍ରବାର ଏକ ଭୂକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ମାଗ୍ନିଚ୍ୟୁଟ ରେକର୍ଡ କରାଯାଇଛି। ଏନେଇ ସୂଚନା ଦେଇଛି ଜାତୀୟ ସିସମୋଲୋଜି ବା ଏନସିଏସ ପକ୍ଷରୁ ସୂଚନା ଦିଆଯାଇଛି। ଏନସିଏସ ଅନୁଯାୟୀ ଗ୍ବାଲିୟରରେ ପୂର୍ବାହ୍ନ ୧୦.୩୧ରେ ମଧ୍ୟମ ଧରଣର ଭୂକମ୍ପ ହୋଇଛି।

ଏନସିଏସ ଟ୍ବିଟରେ ଉଲ୍ଲେଖ କି,  ୨୪-୦୩-୨୦୨୩, ୧୦:୩୧:୪୯ରେ ଲାଟିଚ୍ୟୁଟ:୨୬,୦୧ ଓ ଲଙ୍ଗଟିଚ୍ୟୁଟ ୭୮:୩୫ରେ ଭୂକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ର ୧୦ କିମି ଗଭୀରରେ ରହିଥିଲା। ଗ୍ବାଲିୟରଠାରୁ ୨୮ କିମି ଦକ୍ଷିଣ ପୂର୍ବ ଆଡକୁ ଏହା କେନ୍ଦ୍ରୀଭୂତ ହୋଇଥିଲା।

ଏହା ପୂର୍ବରୁ ଏନସିଏସ ପକ୍ଷରୁ ସୂଚନା ଦିଆଯାଇଥିଲା କି, ମଣିପୁରର ମୌରଙ୍ଗରେ ଏକ ନିମ୍ନ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୮ଟା ୫୨ରେ ଏହା ହୋଇଥିଲା। ଏହାର ତୀବ୍ରତା ୩.୯ ରେକର୍ଡ ହୋଇଥିବା ବେଳେ ମୌରଙ୍ଗଠାରୁ ୩୧ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ର ୫୧ କିମି ଗଭୀରତାରେ ଥିଲା।

Leave a Reply

Your email address will not be published. Required fields are marked *