ଆସାମରେ ମୃଦୁ ଭୂକମ୍ପ

Spread the love

ଗୌହାଟି: ଆସାମର ଗୌହାଟି ଜିଲ୍ଲାରେ ଗୁରୁବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୩.୫ ଥିବା ନାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।

ସେଣ୍ଟର ପକ୍ଷରୁ କୁହାଯାଇଛି, ଗୁରୁବାର ମଧ୍ୟାହ୍ନ ୧୨.୨୭ରେ ଗୌହାଟିର ଉତ୍ତରପୂର୍ବାଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଗୌହାଟିଠାରୁ ୬୨ କିମି ଉତ୍ତରପୂର୍ବାଞ୍ଚଳରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳି ୧୦ କିମି ଗଭୀରରେ ସୃଷ୍ଟି ହୋଇଥିବା ସୂଚନା ଦେଇଛି କେନ୍ଦ୍ର।

Leave a Reply

Your email address will not be published. Required fields are marked *