ସୁଜାତା ପାଣିଗ୍ରାହୀଙ୍କୁ ଇଡି ଜେରା

ଭୁବନେଶ୍ୱର: Ed ରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ବେଆଇନ ଅର୍ଥ କାରବାରକୁ ନେଇ ସୁଜାତାଙ୍କୁ ଜେରା କରିବ ଇଡି। ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଓ ଝିଅ ସୃତି ପାଣିଗ୍ରାହୀଙ୍କୁ ଜେରା କରିଥିଲା ED। ତେବେ ଟାଟା ଗ୍ରୁପ ନାଁରେ ଚାକିରୀ ଦେବା ଆଳରେ ଠକେଇ ଅଭିଯୋଗକୁ ନେଇ ଏହି ତଦନ୍ତ କରାଯାଉଛି। ଇଡି ସୂଚନା ଅନୁସାରେ,  ପୂର୍ବତନ IFS ଅଧିକାରୀ ଅଭୟ ପାଠକ ଭିଜିଲାନ୍ସ ଦ୍ୱାରା ଗିରଫ ପରେ ତାଙ୍କର ବେଆଇନ ଆର୍ଥିକ କାରାବର ନେଇ ତଦନ୍ତ କରିଥିଲା ଇଡି । ତଦନ୍ତ ବେଳେ ଜଣା ପଡିଲା ଅଭୟଙ୍କ ଆକାଉଣ୍ଟ ରୁ ତାଙ୍କ ପୁଅ ଆକାଶ ପାଠକ ଆକାଉଣ୍ଟ କୁ ବିଭିନ୍ନ ସମୟରେ 9 କୋଟି ଟଙ୍କା ଟ୍ରାଞ୍ଜକସନ ହୋଇଛି । ଏତେ ଟଙ୍କା କାହିଁକି ଆସିଲା ତଦନ୍ତ ବେଳେ ଆକାଶ ପାଠକଙ୍କ କେଲେଙ୍କାରୀ ସାମ୍ନାକୁ ଆସିଥିଲା l ଆକାଶ ନିଜକୁ ଟାଟା ଗ୍ରୁପ ର  ବରିଷ୍ଠ ଅଧିକାରୀ କହି ଚାକିରୀ ଦେବା ନାଁରେ ଲୋକଙ୍କୁ ଟଙ୍କା ନେଇ ଠକେଇ କରିଥିଲେ । ଯେଉଁଥିରେ ତାଙ୍କୁ ସହଯୋଗ କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବର୍ତମାନ ତାଙ୍କ ସ୍ତ୍ରୀ ଙ୍କୁ ଜେରା ହେବା ପରେ  ହୁଏତ ଆଉ  କିଛି  ତଥ୍ୟ ସାମ୍ନାକୁ ଆସିପାରେ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *