ଦେଶବ୍ୟାପୀ ୪୦ ସ୍ଥାନରେ ଇଡି ଛାପା

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶର ବହୁ ସହରରେ ଚଢାଉ କରୁଛି। ଦେଶର ୪୦ଟି ସ୍ଥାନରେ ଇଡି ଚଢାଉ କରୁଥିବା ବେଳେ ହାଇଦ୍ରାବାଦର ୨୦ଟି ସ୍ଥାନ ରହିଛି। ନେଲ୍ଲୋର, ତେଲେଙ୍ଗାନା, ପଞ୍ଜାବରେ ଚାଲିଛି ରେଡ। ଚଳିତ ମାସର ପ୍ରାରମ୍ଭରେ ମଧ୍ୟ ଇଡି ମୁମ୍ବାଇ ସମେତ ୭ଟି ସହରରେ ଚଢାଉ କରିଥିଲା। ସିବିଆଇ ଏଫଆଇଆରରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କ ଠିକଣାରେ ଚାଲିଛି ଛାପାମାରି।

ଏହି ଚଢାଉକୁ ନେଇ ମନିଷ ସିସୋଦିଆ କହିଛନ୍ତି,  ପୂର୍ବରୁ ସିବିଆଇ ଚଢାଉ କରିଥିଲା, ସେଥିରେ କିଛି ମିଳିଲା ନାହିଁ, ଏବେ ଇଡି କରୁଛି, ଏଥିରେ ମଧ୍ୟ କିଛି ମିଳିବ ନାହିଁ। ଦେଶରେ ବର୍ତ୍ତମାନ ଶିକ୍ଷାକୁ ନେଇ ଯେଉଁ ମାହୋଲ ହୋଇଛି ଅରବିନ୍ଦ କେଜରିୱାଲଙ୍କ ଦ୍ବାରା ତାକୁ ବନ୍ଦ କରିବାକୁ ଏସବୁ କରାଯାଉଛି। କିନ୍ତୁ ଏହା ଉପରେ ରୋକ ଲଗାଇ ପାରିବେ ନାହିଁ। ମୋ ନିକଟରେ ଅଧିକ ସୂଚନା ନାହିଁ। ମୋର କଣ ପ୍ରସ୍ତୁତି ରହିଛି। ମୁଁ ବିଶ୍ବସ୍ଥତା ସହ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *