ବିଶାଖାପାଟଣା ଟ୍ରେନକୁ ଭୁବନେଶ୍ୱର ସମ୍ପ୍ରସାରଣ ଦାବୀ

Spread the love

ଜୟପୁର : ପ୍ରତିଦିନ ରାତ୍ରରେ ଜୟପୁର ଦେଇ ଯିବା ଆସିବା କରୁଥିବା କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର ଯାଏଁ ସମ୍ପ୍ରସାରଣ କରିବାକୁ ଆଜି ଦାବି ରଖିଛି ଜୟପୁର ଜନ କଲ୍ୟାଣ ମଂଚ । ଏନେଇ ଏକ ଦାବି ପତ୍ର ମଂଚ ପକ୍ଷରୁ ବିଶାଖାପାଟଣା ଡିଆରଏମ ଅନୁପ ଶତପଥିଙ୍କୁ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେ, ଏହି ଟ୍ରେନଟି ବିଶାଖାପାଟଣାରେ ଭୋର ୩ଟାରେ ପହଂଚି ପୁଣି ରାତ୍ର ୯ଟା ରେ ଛାଡ଼ୁଛି । ବିଶାଖାପାଟଣାରେ ଟ୍ରେନଟି ୧୮ ଘଂଟା କାଳ ପଡିରହୁଛି । ସେଠାରୁ ଭୁବନେଶ୍ୱର ଯିବା ଆସିବା ପାଇଁ ସମୟ କେବଳ ୧୨ ଘଂଟା ଲାଗିବ । ଟ୍ରେନ ରକ୍ଷଣାବେକ୍ଷଣ ଏବଂ ସଫା ସୁତରା ପାଇଁ ବଳକା ୬ ଘଂଟା ଭୁବନେଶ୍ୱରରେ ଉପଯୋଗ କରିପାରିବ । ଏପରିକି ଏହି ରାସ୍ତାରେ ଭୁବନେଶ୍ୱରକୁ ୨୦ କିମି ଦୂରତା ବି କମିବ । ତେଣୁ ଉକ୍ତ ଟ୍ରେନକୁ ତୁରନ୍ତ ସମ୍ପ୍ରସାରଣ କରାଯାଉ । ଯଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲା ବାସିନ୍ଦା ଉପକୃତ ହେବେ ବୋଲି ମଂଚ ଡ଼ିଆରଏମଙ୍କୁ ଜଣାଇଛି । ଦାବି ପତ୍ର ପ୍ରଦାନ ବେଳେ ଆବାହକ ରାଜେନ୍ଦ୍ର କୁମାର ଗୌଡ଼, ଟି ଗୌରୀ ଶଙ୍କର, ପ୍ରଦୀପ୍ତ ପାଣିଗ୍ରାହୀ, ନିରଦ ନାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *