ପାରିବାରିକ ସମ୍ପତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ରାୟଗଡା ସହରରେ।ଜଣେ ଭାଇଙ୍କ ବିରୁଦ୍ଧରେ ବାକି ୪ ଭାଇ କଳିଙ୍ଗ ବୈଶ୍ୟ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଗତ ୭ ଦିନ ଧରି ଧାରଣାରେ ବସିଛନ୍ତି । ମିଳିଥିବା ସୂଚନା ଅନୁଯାଏ ପିତା ସ୍ୱର୍ଗତ ପି. ବୈକୁଣ୍ଠମ୍ଙ୍କ ୫ ପୁଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ସାନ ପୁଅ ପି. ବାସୁଦେବ ରାଓ ସମ୍ପତି ସବୁ ନିଜ ଅକ୍ତିଆର ରେ ରଖିଥିବା ବେଳେ ପାରିବାରିକ ସମ୍ପତି ଭାଗବଟାଂ ନେଇ କୌଣସି ସହଯୋଗ କରୁନାହାନ୍ତି । ଏପରିକି ତାଙ୍କ ପରିବାରର ଥିବା ୨ଟି ଧାନ ମିଲ୍, ଗୋଟିଏ କପା ମିଲ୍, ସୁନା ଦୋକାନ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଘର ଓ ଜମି ରହିଛି । ଯାହାର ମୂଲ୍ୟ ୪୦ ରୁ ୫୦ କୋଟି ଟଙ୍କା ହବ । ଏହି ସବୁ ସମ୍ପତିକୁ ସମସ୍ତ ୫ ଭାଇଙ୍କ ମଧ୍ୟରେ ସମାନ ଭାଗବଟାଂ କରିବା ପାଇଁ ଦାବୀ କରି ସାତଦିନ ହେଲାଣି ଧାରଣାରେ ବସିଛନ୍ତି ବାକି ୪ ଭାଇ । ହେଲେ ସାନ ଭାଇ ବାସୁଦେବ ଏନେଇ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ଗତ ୭ ବର୍ଷ ହେଲାଣି ସମସ୍ତ ସମ୍ପତି ସାନ ଭାଇ ଦଖଲରେ ରହିଥିବା ବେଳେ ନିଜ ବୈଶ୍ୟ ସଙ୍ଘର ସଭାପତି ଏଥିରେ ସହଯୋଗ କରୁନଥିବା ୪ ଭାଇ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ସେ ଏହିପରି ଧାରଣାରେ ବସିବେ ବୋଲି ଚେତାବନି ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now