ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଅସୁସ୍ଥତା କାରଣରୁ ସୋମବାର ଦିନ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି। ମଧ୍ୟାହ୍ନ ୧୨ଟାରେ ସୀତାରମନଙ୍କୁ ହସ୍ପିଟାଲର ଏକ ଘରୋଇ ୱାର୍ଡରେ ଭର୍ତ୍ତି କରାଯାଇଥିବା ଅଧିକାରିକ ସୂତ୍ରରୁ ସୂଚନା ଦିଆଯାଇଥିବା ବେଳେ ସୂତ୍ରରୁ ପ୍ରକଶ, ସେ ତାଙ୍କ ନିୟମିତ ଚେକ୍ ଅପ୍ ପାଇଁ ଏମ୍ସରେ ଭର୍ତ୍ତି ହୋଇଛନ୍ତି।
୬୩ ବର୍ଷୀୟା ସୀତାରମଣ ମଧ୍ୟାହ୍ନରେ ଭର୍ତ୍ତି ହୋଇଥିଲେ। ସୂତ୍ର ମୁତାବକ, ତାଙ୍କର ସ୍ଥିତି ସ୍ଥିର ରହିଛି ଓ ତାଙ୍କୁ ସମସ୍ତ ପ୍ରକାରର ଉଚ୍ଚକୋଟିର ମେଡିକାଲ ସେବା ଯୋଗାଇ ଦିଆଯାଇଛି। ଏନେଇ ଖୁବ ଶୀଘ୍ର ଏମ୍ସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି କୁହାଯାଇଛି।
ଶନିବାର ଦିନ ସୀତାରମଣ ଡ ଏମଜିଆର ମେଡିକାଲ ୟୁନିଭର୍ସିଟିର ୩୫ ତମ ବାର୍ଷିକ ତାମିଲ ନାଡୁ ସମ୍ମିଳନୀରେ ଭାଗ ନେଇଥିଲେ। ସେଠାରେ ସେ ଅନୁଭବ କରିଥିଲେ କି, ଡାକ୍ତର ଶିକ୍ଷା ତାମିଲ ଭାଷାରେ ହେବା ଉଚିତ। ଏପରି ହେଲେ ଚିକିତ୍ସା କ୍ଷେତ୍ର ସଶକ୍ତ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now