ବାଣ ଗୋଦାମରେ ଅଗ୍ନିକାଣ୍ଡ: ୨ ମୃତ

Spread the love

ଧର୍ମପୁରୀ: ତାମିଲନାଡୁର ଏକ ବାଣ ଗୋଦାମରେ ନିଆଁ ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ଅଗ୍ନିକାଣ୍ଡ ପନ୍ନାଗାରମ ଅଧୀନ ନାଗରାସମ୍ପାତ୍ତି ଅଞ୍ଚଳରେ ହୋଇଥିଲା। ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲା।

ସୂଚନା ମୁତାବକ, ପନ୍ନାଗାରମ ଅନ୍ତର୍ଗତ ନାଗରାସମ୍ପାତ୍ତି ଅଞ୍ଚଳରେ ଥିବା ଏକ ଘରୋଇ ବାଣ ଗୋଦାମରେ ଗୁରୁବାର ନିଆଁ ଲାଗିଯାଇଥିଲା। ଅଗ୍ନିସଂସ୍ପର୍ଷରେ ଆଜି ବାଣ ସବୁ ଫୁଟିଉଠିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ଉଭୟ ମହିଳା ଥିବା ଜଣାପଡିଛି। ଅନ୍ୟ ଜଣେ ପୁରୁଷ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଦୁଃଖ ଓ ସମବେଦନା ଜ୍ଞାପନ କରିଛନ୍ତି। ଏଥିସହ ମୃତକ ପିଛା ୩ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କର ଚିକିତ୍ସା ସରକାରୀ ହସ୍ପିଟାଲରେ କରାଯାଉଛି। ସେପଟେ କିପରି ଅଗ୍ନିକାଣ୍ଡ ଘଟିଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।

Leave a Reply

Your email address will not be published. Required fields are marked *