ଫ୍ଲୋରେନସ ନାଇଟିଙ୍ଗଲଙ୍କ ଜୟନ୍ତି ପାଳିତ

Spread the love

ଜୟପୁର : ଗତକାଲି ସ୍ୱାସ୍ଥ୍ୟ ସେବାର ପଥ ପ୍ରଦର୍ଶକ ଫ୍ଲୋରେନସ ନାଇଟିଙ୍ଗଲଙ୍କ ଜୟନ୍ତି ଏବଂ ଆର୍ନ୍ତଜାତୀୟ ସେବିକା ଦିବସ ପାଳନ କରାଯାଇଛି । ଜୟପୁର ସ୍ଥିତ ଫ୍ଲୋରେନସ ନାଇଟିଙ୍ଗଲ ଏଏନମ ତାଲିମ କେନ୍ଦ୍ରରେ ପାଳିତ ହୋଇଛି । ଅନୁଷ୍ଠାନର ନିଦ୍ଦେଷ ଗୌରବ ଭତ୍ରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରକାଶ ଦାସ, ବରିଷ୍ଠ ଆଇନଜୀବି ମଦନ ମୋହନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଜିର ପ୍ରସଙ୍ଗ ଥିବା ଆମରି ସେବିକା ଆମର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । କବି ଓ ପ୍ରକାଶକ ପ୍ରକାଶ ମହାନନ୍ଦିଆ ବକ୍ତା ଭାବେ ଯୋଗଦେଇ ସେବି ଏକ ନିଯୁକ୍ତି ନିହେଁ କିନ୍ତୁ ସ୍ୱାସ୍ଥ୍ୟ ସେବା ପାଇଁ ଇଶ୍ୱରଙ୍କ ଏକ ଆହ୍ୱାନ ବୋଲି କହିଥିଲ । ତାଲିମ କେନ୍ଦ୍ରର ଅଧ୍ୟକ୍ଷା ଶୁଭଶ୍ରୀ ଟାକରି ଓ ଉପାଧ୍ୟକ୍ଷା ଗ୍ରେସିୟସ ଟାକରି ଅନୁଷ୍ଠାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପାୟଲ ସାହା ଓ ଅଗଷ୍ଟି ରାଣି ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *