ପୂର୍ବତନ ଝାଡଖଣ୍ଡ ରାଜ୍ୟପାଳଙ୍କ ନିଧନ

Spread the love

 ଲକ୍ଷ୍ନୌ: ୟୁପିର ରାଜଧାନୀ ଲକ୍ଷ୍ନୌରେ ବରିଷ୍ଠ କଂଗ୍ରେସ ନେତା ସୈୟଦ ସିବତେ ରଜିଙ୍କ ପରଲୋକ। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଝାଡଖଣ୍ଡ ଓ ଆସାମରେ ରାଜ୍ୟପାଳ ରହିଥିଲେ। ଏଥିସହ ସେ ଭାରତର ଉପ ଗୃହମନ୍ତ୍ରୀ ରହିଥିଲେ।

ତାଙ୍କୁ ୧୯ ଅଗଷ୍ଟ ୨୦୨୨ରେ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରଥମେ କାର୍ଡିୟୋଲୋଜି ବିଭାଗରେ ଓ ପରେ କ୍ରିଟିକାଲ କେୟାର ମେଡିସିନ ବିଭାଗ ଓ ଟ୍ରୋମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।  କିନ୍ତୁ ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରି ନ ଥିଲେ।

Leave a Reply

Your email address will not be published. Required fields are marked *