ଭାଜପାରେ ଯୋଗ ଦେଲେ ଏଆଇଡିଏମ୍କେର ପୂର୍ବ ରାଜ୍ୟସଭା ସାଂସଦ ଡା. ବି ମୈତ୍ରିଏନ୍

Spread the love

ନୂଆଦିଲ୍ଲୀ : ଏଆଇଡିଏମ୍କେର ପୂର୍ବ ରାଜ୍ୟସଭା ସାଂସଦ ଡା. ବି. ମୈତ୍ରିଏନ୍ ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ଭାଜପା ମୁଖ୍ୟାଳୟରେ ଡା. ବି ମୈତ୍ରିଏନ୍ ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏବଂ ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ଅନିଲ ବଲୁନୀଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ନେଇଥିଲେ । ଡା. ବି ମୈତ୍ରିଏନ୍ ତାମିଲନାଡ଼ୁରୁ ତିନିଥର ରାଜ୍ୟସଭା ସଦସ୍ୟ ଥିଲେ । ୨୩ ବର୍ଷ ପରେ ତାଙ୍କ ଘରବାହୁଡ଼ା ହୋଇଛି । ସଦସ୍ୟତା ଗ୍ରହଣର ଅବସରରେ ସେ କହିଛନ୍ତି ଯେ ସେ ଭାଜପାର ବିଚାରଧାରରେ ପ୍ରଭାବିତ ହୋଇ ପାର୍ଟି ସହିତ ଯୋଡ଼ି ହୋଇଛନ୍ତି । ସେ ପ୍ରଥମେ ମଧ୍ୟ ଭାଜପାର ନେତା ଥିଲେ । ଗତ ପାଞ୍ଚବର୍ଷରୁ ସେ ଭାଜପାରେ ଘରବାହୁଡ଼ା ଭାବିଥିଲେ । ସେ କହିଛନ୍ତି ସେ ଏବେ ତାମିଲନାଡ଼ୁରେ ପାର୍ଟିକୁ ମଜବୁତ ଦେବାକୁ କାମ କରିବେ ।

Leave a Reply

Your email address will not be published. Required fields are marked *