ରାତି ପାହିଲେ ଗଣେଶ ପୂଜା

Spread the love

ଭୁବନେଶ୍ୱର: ରାତି ପାହିଲେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ସେଥିପାଇଁ ଗାଁଠୁ ସହର ସବୁଠି ଏବେ ଉତ୍ସବ ମୁଖର। ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଧୁମଧାମରେ ପୂଜା ପାଇବେ ବିଘ୍ନ ବିନାଶକ। ସେଥିପାଇଁ ମୂର୍ତ୍ତୀ କାରିଗର ମାନେ ସୁନ୍ଦର ସୁନ୍ଦର ମୂର୍ତ୍ତୀ ନିର୍ମାଣ କରି ସେଥିରେ ଶେଷପର୍ଶ ଦେବାରେ ଲାଗି ପଡିଛନ୍ତି। ଗାଁରୁ ପଲ୍ଲୀ ସବୁଠାରେ ଗଣେଷ ପୂଜାକୁ ନେଇ ଚାଲିଛି ସାଜସଜା। ଏନେଇ ଚଳଚଞ୍ଚଳ ସିଲଭର ସିଟି କଟକ। କଟକ ନୂଆପଡାରେ ଗୋଟିଏ ସ୍ଥାନରେ ୩୫ରୁ ଉର୍ଦ୍ଧ୍ୱ ମୂର୍ତ୍ତି ପୂଜା କରାଯାଇଥାଏ। ସେହିପରି ତାଳଚେରରେ ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *