Kalahandiଅବିଭାଗିକୃତ

ଲାଞ୍ଜିଗଡରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ

କଳାହାଣ୍ଡି: ପୁଣି ଲାଞ୍ଜିଗଡରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ୪ଟି ଘର ଭାଙ୍ଗି, ଫସଲ ନଷ୍ଟ କରିବା ସହ ଗାଡି ଭାଙ୍ଗିଲେ ଜଙ୍ଗଲୀ ହାତୀ ପଲ। ପ୍ରତ୍ୟେକ ଦିନ ହାତୀପଲ୍ଲ ଗୋଟିଏ ପରେ ଗୋଟିଏ ଗାଁକୁ ପଶି ଗରିବ ନିରିହଙ୍କ ଘର ଭାଙ୍ଗିବା ସହ କଷ୍ଟ ଉପାର୍ଜିତ ସୁନାର ଫସଲକୁ ନଷ୍ଟ କରୁଛନ୍ତି। ଏହିଭଳି ପୁଣି ଏକ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ବେଡାଗାଁ ପଞ୍ଚାୟତର ଆଦିବାସି ସାହିରେ । ଗତକାଲି ବିଳମ୍ବିତ ରାତିରେ ବେଡାଗାଁର ଆଦିବାସି ସାହିକୁ ହାତୀପଲ୍ଲ ପଶି ଗାଁରେ ଥିବା ୪ ରୁ ୫ ଏକର ମକାଚାଷକୁ ମାଡି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ପରେ ଗାଁର ଧନୁ ମାଝୀ, ରମେଶ ମାଝୀ, ଆନ୍ଦୁ ମାଝୀ ଓ ସାଲୁପୁ ମାଝୀଙ୍କ ଘର ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button