ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟ ଭୁପ୍ପି ଗିରଫ

Spread the love

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଛୋଟା ରାଜନ ସଂଗଠନର ଜଣେ ସଦସ୍ୟ ଭୁପେନ୍ଦ୍ର ଓରଫ ଭୁପ୍ପିକୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଉତ୍ତରାଖଣ୍ଡର ହଲ୍‌ଦ୍ବିନୀ ଜିଲ୍ଲାରୁ ଭୁପିକୁ ଗିରଫ କରାଯାଇଛି। ୨୦୨୦ର ଏକ ନକଲି ନୋଟ ମାମଲାରେ ହୋଇଛି ଏହି ଗିରଫଦାରି। ଗିରଫଦାରି ପରେ ପୁଲିସ ତାକୁ ଉତ୍ତରାଖଣ୍ଡରୁ ଟ୍ରାଞ୍ଜିଟ ରିମାଣ୍ଡରେ ଦିଲ୍ଲୀ ନେଇଛି।

ପୁଲିସ ମୁତାବକ ଭୁପ୍ପି ଆତଙ୍କବାଦୀ ନୌସାଦ ସହ ନକଲି ନୋଟ କାରବାରରେ ଲିପ୍ତ ଥିଲା। ଯାହାକୁ ଗତ ମାସରେ ରାଷ୍ଟ୍ରୀୟ ରାଜଧାନୀର ଜାହାଙ୍ଗିରପୁରୀରୁ ଗିରଫ କରାଯାଇଛି। ୨୦୨୦ରୁ ଭୁପ୍ପି ଫେରାର ଥିଲା। ନୌସାଦକୁ ପୂର୍ବରୁ ଗିରଫ କରାଯାଇଥିଲା। ନୌସାଦ ଓ ତାର ସହଯୋଗୀ ଜଗଜିତ ସିଂହ ବା ଜଗ୍ଗା ଗତ ମାସରେ ଜାହାଙ୍ଗିରପୁରିରୁ ଗିରଫ କରାଯାଇଥିଲା। ସେମାନେ ହରକତ ଅଲ ଅଂସାର ଓ ହିଜବୁଲ ମୁଜାହିଦ୍ଦିନ ସମ୍ପର୍କରେ ଥିଲେ।

ସୂତ୍ରମୁତାବକ, ଦିଲ୍ଲୀର ଜାହାଙ୍ଗିରପୁରି ଅଞ୍ଚଳରେ ଗିରଫ ହୋଇଥିବା ଆତଙ୍କବାଦୀ ନୌସାଦ ପୂର୍ବରୁ ଜେରାବେଳେ ଦିଲ୍ଲୀ ପୁଲିସକୁ କହିଥିଲା କି, ତାକୁ ତାର ପାକିସ୍ତାନୀ ଆକାଙ୍କଠାରୁ ନିର୍ଦ୍ଦେଶ ମିଳୁଥିଲା ଓ ସେମାନଙ୍କୁ ଭେଟିବାକୁ ନେପାଳ ରାସ୍ତାରେ ପାକିସ୍ତାନ ଯିବାକୁ ଦୁଇ ଥର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ରହିଥିଲା।

ପୁଲିସକୁ ଜେରାରୁ ଜଣାପଡିଥିଲା କି, ଏହି ଆତଙ୍କବାଦୀ ଦକ୍ଷିଣପନ୍ଥୀ ହିନ୍ଦୁ ନେତାଙ୍କ ଆକ୍ରମଣ ଦାୟିତ୍ବ ନେଇଥିଲେ। ସ୍ପେସାଲ ସେଲର ଜେରାରେ ନୌସାଦ  କହିଥିଲା କି, ତାକୁ ପାକିସ୍ତାନୀ ହ୍ୟାଣ୍ଡଲର୍ସ ଅସଫାକ ଓ ସୁହୈଲଠାରୁ ନିର୍ଦ୍ଦେଶ ମିଳୁଥିଲା। ନୌସାଦ ପାକିସ୍ତାନୀ ଆତଙ୍କବାଦୀ ଅସଫାକ ଓରଫ ଆରିଫ ସମ୍ପର୍କରେ ଥିଲା। ଅସଫାକ ଲସ୍କର ଏ ତୋଏବାର ଖାସ ସଦସ୍ୟ। ଜେରା ବେଳେ ନୌସାଦ କହିଥିଲା କି, ଯେତେବେଳେ ସେ ଜେଲରେ ଥିଲା, ସେତେବେଳେ ତାର ସାକ୍ଷାତ ହରକତ ଉଲ ଅଂସାର ସହ ଜଡିତ ନଦୀମ ସହ ହୋଇଥିଲା।

ନୌସାଦ ହତ୍ୟା ମାମଲାରେ ଜେଲରେ ଥିଲା ଓ ୨୦୧୮ରେ ସେ ମୁକୁଳିଥିଲା। ଏହା ପରଠାରୁ ସେ ପାକିସ୍ତାନୀ ଆତଙ୍କୀଙ୍କ ନିର୍ଦ୍ଦେଶରେ କାମ କରୁଛି।

Leave a Reply

Your email address will not be published. Required fields are marked *