ଜର୍ମାନ ପ୍ରତିରକ୍ଷା ମନ୍ତ୍ରୀ ଭାରତରେ ପହଞ୍ଚିଲେ, ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ପୁଷ୍ପାଞ୍ଜଳି ଅର୍ପଣ କଲେ

Spread the love

ନୂଆଦିଲ୍ଲୀ : ଜର୍ମାନର ପ୍ରତିରକ୍ଷା ମନ୍ତ୍ରୀ ବୋରିସ ପିଷ୍ଟୋରିୟସ ଏକ ପ୍ରତିନିଧି ମଣ୍ଡଳି ସହିତ ୪ ଦିବସୀୟ ଭାରତ ଗସ୍ତରେ ଆସି ସୋମବାର ଦିଲ୍ଲୀରେ ପହଂଚିଛନ୍ତି । ମଙ୍ଗଳବାର ସକାଳେ ସେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ବୁଲି ଦେଖିବା ସହ ସେଥିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଏବଂ ନିଜର ଯାତ୍ରା ଆରମ୍ଭ କରିଥିଲେ । ସେ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବୈଠକ ସମୟରେ ଔଦ୍ୟୋଗିକ ସହଯୋଗ ଉପରେ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଦ୍ଵିପାକ୍ଷିକ ପ୍ରତିରକ୍ଷା ସହଯୋଗ ସମ୍ବନ୍ଧିୟ କେତେକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *