ବିପର୍ଯ୍ୟୟ ପରିଚାଳନାରେ ତିନି ବର୍ଷରେ ଖର୍ଚ୍ଚ ହୋଇଛି ୧୪୦୪୭୮.୧୬ କୋଟି

Spread the love

ନୂଆଦିଲ୍ଲୀ: ଦେଶରେ ପ୍ରତିବର୍ଷ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ ସରକାରୀ ତହବିଲ ଖାଲି ହେଉଛି। ଗତ ତିନି ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାର ସବୁକୁ  ବିପର୍ଯ୍ୟୟ ପରେ ଉଦ୍ଧାର, ଥଇଥାନ ପାଇଁ ୧୪୦ହଜାର ୪୭୮ .୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମଧ୍ୟପ୍ରଦେଶରେ କେନ୍ଦ୍ର ଓ ରାଜ୍ୟ ଉଭୟର ବିପର୍ଯ୍ୟୟ ଖର୍ଚ୍ଚ ମିଶି  ୧୨୭ହଜାର ୧୧୨.୭୩ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ମହାରାଷ୍ଟ୍ରରେ ଖର୍ଚ୍ଚ ହୋଇଛି ୨୧ହଜାର ୮୪୯ କୋଟି ଟଙ୍କା ଓ ପଶ୍ଚିମ ବଙ୍ଗରେ ୮ହଜାର ୬୧୧ କୋଟି, ରାଜସ୍ଥାନରେ ୯ହଜାର ୮୯୨.୮୪ କୋଟି ଓ ଓଡିଶାରେ ୧୧ହଜାର ୭୪୩.୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ଉତ୍ତର ପ୍ରଦେଶରେ ତିନି ବର୍ଷରେ ବିପର୍ଯ୍ୟୟ ପରିଚାଳନାରେ ଖର୍ଚ୍ଚ ହୋଇଛି ୮ହଜାର୮୮୬.୯ କୋଟି ଟଙ୍କା ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦକୁ ଜଣାଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ନୀତି ଅନୁଯାୟୀ, ତୃଣମୂଳସ୍ତରରେ ଲୋକଙ୍କୁ ଥଇଥାନ ସହିତ ବପର୍ଯ୍ୟୟ ପରିଚାଳନାର ପ୍ରାଥମିକ ଦାୟିତ୍ବ ସମ୍ବନ୍ଧିତ ରାଜ୍ୟ ସରକାରଗୁଡିକର ରହିଥାଏ। ସେହିପରି   ୨୦୨୨ର ପ୍ରାକୃତିକ ବିପର୍ଯ୍ୟରେ ୧୭୮୪ କୋଟି ଲୋକଙ୍କ ମୃତ୍ୟୁ ହୋଇଥିବା ଗୃହକୁ ସୂଚିତ କରିଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *