ପୁଣି ହାଲ ବିମାନରେ ଲାଗିଲା ହନୁମାନ ଷ୍ଟିକର

Spread the love

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏରୋ ଇଣ୍ଡଆ ସୋରେ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ବା ହାଲର ଏକ ପ୍ରୋଟୋଟାଇପ ବିମାନରୁ ହନୁମାନ ଷ୍ଟିକର ହଟାଇ ଦିଆଯାଇଥିଲା। ହେଲେ ସୋର ଅନ୍ତିମ ଦିନରେ ପୁଣି ଷ୍ଟିକର ନଜରକୁ ଆସିଛି। ତେବେ ଏହା ଉପରେ ହାଲ କର୍ତ୍ତୃପକ୍ଷ ନିରବତା ଅବଲମ୍ବନ କରିଛନ୍ତି। ଷ୍ଟେିକରରେ ହନୁମାନ ଗଦା ପ୍ରହାର ପାଇଁ ଉଠାଇା ଅବସ୍ଥାରେ ଥିବା ବେଳେଏଥିରେ ଲେଖାଯାଇଛି, ଦ ଷ୍ଟର୍ମ ଇଜ କମିଂ ବା ତୋଫାନ ଆସୁଛି।

ଏରୋ ସୋର ପ୍ରଥମ ଦିନରେ ହାଲର ସୁପରସୋନିକ ଟ୍ରେନର ବିମାନ ଏଚଏଲଏଫଟି-୪୨ର ଟେଲରେ ହନୁମାନ ଚିତ୍ର ଥିଲା, ଯାହା ପରଦିନ ଦେଖିବାକୁ ମିଳି ନ ଥିଲା। ତେବେ ସୋର ଶେଷ ଦିନ ଅର୍ଥାତ୍ ଶୁକ୍ରବାର ପୁଣି ସେହି ଚିତ୍ର ଦେଖିବାକୁ ମିଳିଛି। ଏରୋନେଟିକ୍ସ କମ୍ପାନୀ ସେତେବେଳେ କହିଥିଲା କି, ବିମାନର କ୍ଷମତା ପ୍ରଦର୍ଶନ କରିବାକୁ ହନୁମାନ ଚିତ୍ର ଲଗାଇବାକୁ ନିର୍ଣ୍ଣୟ ନିଆଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ ଅନୁଚିତ କହିଥିଲେ ହାଲର ଅଧ୍ୟକ୍ଷ।

ଏରୋ ଇଣ୍ଡିଆ ୨୦୨୩ ଫେବୃଆରୀ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ। ପାଞ୍ଚ ଦିନର ଏହି କାର୍ଯ୍ୟକ୍ରମରେ ୮୦୦ରୁ ଅଧିକ କମ୍ପାନୀ ଓ ପ୍ରାୟ ୯୮ ଦେଶ ଭାଗ ନେଇଥିଲେ। ରାଜନାଥ ସିଂହ କହିଥିଲେ କି, ଏରୋ ଇଣ୍ଡିଆ ୨୦୨୩ର ଉଦ୍ଦେଶ୍ୟ ଦେଶର ନିର୍ମାଣ କ୍ଷମତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପରିକଳ୍ପିତ ଆତ୍ମନିର୍ଭର ଭାରତକୁ ସାକାର କରିବା ଦିଗରେ ହୋଇଥିବା ପ୍ରଗତିକୁ ଦେଖାଇଥାଏ।

Leave a Reply

Your email address will not be published. Required fields are marked *