ଜୁନ୍ ୧୩ରେ ସାଂସଦ ଅବିନାଶ ରେଡ୍ଡିଙ୍କ ଜାମିନ ଆବେଦନ ଉପରେ ଶୁଣାଣି

Spread the love

ନୂଆଦିଲ୍ଲୀ : ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ରାଜଶେଖର ରେଡ୍ଡିଙ୍କ ଭାଇ ୱାଇଏସଆର କଂଗ୍ରେସ ସାଂସଦ ଅବିନାଶ ରେଡ୍ଡୀଙ୍କୁ ପ୍ରଦାନ କରାଯାଇଥିବା ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଜୁନ୍ ୧୩ରେ ଶୁଣାଣି କରିବେ । ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ନେତୃତ୍ୱରେ ଅବକାଶକାଳୀନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବିବେକାନନ୍ଦ ରେଡ୍ଡୀଙ୍କ ଝିଅ ଏନ ସୁନିତା ରେଡ୍ଡୀ ଏହି ପିଟିସନ ଦାଖଲ କରିଛନ୍ତି । ତେଲେଙ୍ଗାନା ହାଇକୋର୍ଟ ୩୧ ମଇରେ ଅବିନାଶ ରେଡ୍ଡୀଙ୍କୁ ଜାମିନ ପ୍ରଦାନ କରିଥିଲେ । ହାଇକୋର୍ଟଙ୍କ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

Leave a Reply

Your email address will not be published. Required fields are marked *