ଜ୍ଞାନବାପୀ ମସଜିଦ: ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚ କରିବାକୁ ଦାବି

Spread the love

ବାରାଣସୀ: ଜ୍ଞାନବାପୀ ମସଜିଦ ମାମଲାରେ ନୂଆ ଏକ ଯାଚିକା ଦାୟର। ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚ କରିବାକୁ ଦାବି ହୋଇଛି। ହିନ୍ଦୁ ପକ୍ଷ ଗୁରୁବାରଦିନ ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚ ସହ ଅର୍ଘା ଓ ଏହାର ଚାରି ପାଖର କାର୍ବନ ଡେଟିଂ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ବାରା କରାଇବାକୁ ଦାବି କରିଛନ୍ତି।  ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ  ଏହି ସୂଚନା ଦେଇଛନ୍ତି।

ସେପଟେ ଜ୍ଞାନବାପୀ ମସଜିଦକୁ ନେଇ ମୁସଲିମ ପକ୍ଷ ନିଜ ମତ ଉପସ୍ଥାପନ କରିଛନ୍ତି। ମୁସଲିମ ପକ୍ଷ ପୂର୍ବ ମତକୁ ଦୋହରାଇବା ସହ କଥିତ ଶିବଲିଙ୍ଗକୁ ଫାଉଣ୍ଟେନ କହିବା ସହ କିନ୍ତୁ କାର୍ବନ ଡେଟିଂକୁ ମନା କରିଛନ୍ତି। ଏହି ମାମଲାରେ ପରର୍ବତ୍ତୀ ଶୁଣାଣି ଅକ୍ଟୋବର ୭ ତାରିଖରେ ହେବ।

ସୂଚନା ଯୋଗ୍ୟ, ଏହା ପୂର୍ବରୁ ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷ ସୁପ୍ରିମ କୋର୍ଟରେ ଦେଇଥିବା ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ ଦେଇଥିଲେ ଓ ମାମଲାରେ ହାଇକୋର୍ଟକୁ ଯିବାକୁ ପରାମର୍ଶ ଦେଇଥିଲେ। ସେପଟେ ବାରାଣସି ହାଇକୋର୍ଟ ହିନ୍ଦୁ ପକ୍ଷରୁ ଶୁଣାଣି କରିବା ସହ ମୁସଲମାନ ପକ୍ଷକୁ ନିରାଶ କରିଥିଲେ।

Leave a Reply

Your email address will not be published. Required fields are marked *