ବିବିସି ସର୍ଭେକୁ ନେଇ ଆଇଟି ସ୍ପଷ୍ଟିକରଣ

Spread the love

ନୂଆଦିଲ୍ଲୀ: ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେଶନ ବା ବିବିସିର ମୁମ୍ବାଇ ଓ ଦିଲ୍ଲୀ ସ୍ଥିତ ଅଫିସର ଆୟକର ବିଭାଗର ସର୍ଭେକୁ ନେଇ ବିଭାଗ ପକ୍ଷରୁ କୁହାଯାଇଛି, ତିନି ଦିନର ସର୍ଭେ ପରେ ବିବିସିର ଅଫିସରେ ଇଣ୍ଟରନାସନାଲ ଟ୍ୟାକ୍ସକୁ ନେଇ ଅନିୟମିତତା ରହିଛି। ଇନକମ ଟ୍ୟାକ୍ସ ବିଭାଗ ଦିଲ୍ଲୀ ଓ ମୁମ୍ବାଇରେ ବିବିସିର ଅଫିସ ଉପରେ ଇନକମ ଟ୍ୟାକ୍ସ ଆକ୍ଟ ୧୩୩ଏ ଅନ୍ତର୍ଗତ ସର୍ଭେ କରୁଥିଲା।

ସର୍ଭେ ସମୟରେ ଜଣାପଡିଛି କି, ବିବିସି ଗ୍ରୁପ ଦ୍ବାରା ଆୟ କମ ଦେଖାଯାଇ ଟ୍ୟାକ୍ସ ବଞ୍ଚାଇବାକୁ ଚେଷ୍ଟା କରାଯାଇଛି। ସର୍ଭେ କାଳରେ ବିଭାଗ ସଂଗଠନର ସଂଚାଳନ ସହ ଜଡିତ ପ୍ରମାଣ ଏକାଠି କରିଛି। ଏଥିରୁ ପ୍ରମାଣିତ ହେଉଛି କି, ବିବିସିର ବୈଦେଶୀକ ୟୁନିଟ ଜରିଆରେ ହେଉଥିବା ଲାଭର ବହୁ ଉତ୍ସ ଥିଲା, ଯାହା ଉପରେ ଭାରତରେ ଟ୍ୟାକ୍ସ ପଇଠ କରାଯାଇ ନାହିଁ।

ବିବିସିର ଦିଲ୍ଲୀ, ମୁମ୍ବାଇ ତଥା ଅନ୍ୟ ଦୁଇଟି ଅଫିସରେ ୧୦ ଘଣ୍ଟା ଧରି କର ଚୋରି ସମ୍ବନ୍ଧରେ ଯାଞ୍ଚ କରାଯାଇଛି। କିନ୍ତୁ ଏହାକୁ ନେଇ ଇଣ୍ଡିଆ: ଦ ମୋଦି କ୍ବେଶ୍ଚିନ ଡକ୍ୟୁମେଣ୍ଟାରୀ ବିରୋଧୀ ପଦକ୍ଷେପ ବୋଲି କୁହାଯାଉଛି। ଯାହାକୁ ନେଇ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ସରକାରକୁ ଘେରିଛନ୍ତି।

Leave a Reply

Your email address will not be published. Required fields are marked *