ଆଜି ଆନ୍ତର୍ଜାତୀୟ ମାନବାଧିକାର ଦିବସ

Spread the love

() ଆଜି ହେଉଛି ଆନ୍ତର୍ଜାତୀୟ ମାନବାଧିକାର ଦିବସ। ପ୍ରତିବର୍ଷ ଡିସେମ୍ୱର ୧୦ ତାରିଖରେ ମାନବାଧିକାର ଦିବସ ପାଳନ କରଯାଇଥାଏ। ମାନବିକ ଅଧିକାରର ଅର୍ଥ ହେଉଛି ଦୁନିଆରେ ବାସ କରୁଥିବା ପ୍ରତ୍ୟେକ ମାନବଙ୍କ ଦ୍ୱାରା ପ୍ରାପ୍ତ କିଛି ବିଶେଷ ଅଧିକାର, ଯାହା ସମସ୍ତଙ୍କୁ ବାନ୍ଧି ରଖିଥାଏ। ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ତାଙ୍କର ସାମାଜିକ, ସାଂସ୍ମୃତିକ, ଶାରୀରିକ ଅଧିକାର ସମ୍ପର୍କରେ ସଚେତନ କରାଏ।   ତେବେ ଚଳିତବର୍ଷ ମାନବାଧିକାର ଦିବସର ବିଷୟବସ୍ତୁ ରହିଛି ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱାଧୀନତା ଓ ନ୍ୟାୟ।

ମାନବ ଅଧିକାରର ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର ଅଛି ଯାହା ବିଷୟରେ ସେମାନେ ଅବଗତ ହେବା ଆବଶ୍ୟକ। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୧୯୪୮ ମସିହାରୁ ଏହି ଦିନ ମାନବାଧିକାର ଦିବସ ଭାବେ ପାଳନ କରାଯାଇଥିଲା। ତେବେ ଚଳିତବର୍ଷ ମାନବାଧିକାର ଦିବସର ବିଷୟବସ୍ତୁ ରହିଛି ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱାଧୀନତା ଓ ନ୍ୟାୟ। ତେବେ ମାନବାଧିକାର ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ କହିଛନ୍ତି କି, ଆମେ ଅନ୍ୟପ୍ରତି ଯେମିତି ବ୍ୟବହାର କରୁ  ସେହି ସମାନ ବ୍ୟବହାର ଆମ ପାଖକୁ ପୁଣି ଆସେ।  ଲୋକଙ୍କୁ ତାଙ୍କ ମାନବିକ ଅଧିକାର ବିଷୟରେ ସଚେତନ ସୃଷ୍ଟି କରିବା ପାଇଁ  ଆୟୋଗ କାର୍ଯ୍ୟକରୁଛି।

ତେବେ ମାନବାଧିକାର ସମ୍ପର୍କରେ ନେଲସନ ମାଣ୍ଡେଲା କହିଛନ୍ତି ଯେ ଲୋକଙ୍କୁ ମାନବିକ ଅଧିକାରରୁ ବଞ୍ଚିତ କରିବା ହେଉଛି ସେମାନଙ୍କର ମାନବିକତାକୁ ଚ୍ୟାଲେଞ୍ଜ କରିବା। ମାନବିକ ଅଧିକାରର ଅର୍ଥ ହେଉଛି ଦୁନିଆରେ ବାସ କରୁଥିବା ପ୍ରତ୍ୟେକ ମାନବଙ୍କ ଦ୍ୱାରା ପ୍ରାପ୍ତ କିଛି ବିଶେଷ ଅଧିକାର,ଯାହା ସମସ୍ତଙ୍କୁ ବାନ୍ଧି ରଖିଥାଏ।  ମାନବିକ ଅଧିକାରରେ ସ୍ୱାସ୍ଥ୍ୟ,ଅର୍ଥନୈତିକ,ସାମାଜିକ ଏବଂ ଶିକ୍ଷା ଅଧିକାରକୁ ଅନ୍ତର୍ଭୁକ୍ତ କରାଯାଇଛି। ଦିନଥିଲା ମାନବ ଅଧିକାର କହିଲେ କେବଳ ରାଷ୍ଟ୍ର ଦ୍ୱାରା ନିର୍ଦ୍ଧାରିତ ରାଜନୈତିକ ବା ଗଣତାନ୍ତ୍ରିକ ଅଧିକାରକୁ ହିଁ କୁହାଯାଉଥିଲା। ଜଣେ ବ୍ୟକ୍ତିକୁ ଅଧିକାରରୁ ବଞ୍ଚିତ କରିବା ସ୍ଥିତିରେ ହିଁ ତାର ଅଧିକାରର ଉଲ୍ଲଘଂନ ହେଉଛି ବୋଲି କୁହାଯାଉଥିଲା। କିନ୍ତୁ ସମାଜର ବିକାଶ ସହିତ ମାନବ ଅଧିକାରର ପରିଭାଷା ଓ ପରିସୀମାଟି ମଧ୍ୟ ବ୍ୟାପକ ହୋଇଛି। ବର୍ତ୍ତମାନ ଖାଦ୍ୟ,ପାନୀୟ ଜଳ,ବାସଗୃହ,ମାଗଣାରେ ଶିକ୍ଷା ଓ ପ୍ରଦୂଷଣମୁକ୍ତ ପରିବେଶ ପାଇବା ବି ମାନବ ଅଧିକାରର ପରିସରଭୁକ୍ତ ହୋଇଛି। ଲିଙ୍ଗଗତ ବିଭେଦ ଓ ଜାତିଗତ ନିର୍ଯ୍ୟାତନାରୁ ମୁକ୍ତିର ଅଧିକାର ,ଜାତୀୟତାର ଅଧିକାର,ଶିଶୁ ଅଧିକାର ଏପରି କି ସମଲିଙ୍ଗୀଙ୍କ ଅଧିକାର ମଧ୍ୟ ମାନବ ଅଧିକାର ପରିଭାଷାରେ ସାମିଲ ହୋଇ ଏହାର ପରିସୀମାକୁ ଅନେକ ପ୍ରସାରିତ କରିଛି।

ଜୟଶ୍ରୀ ରଥଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *