ବାୟୁସେନାର କିରଣ ଟ୍ରେନର ବିମାନ କର୍ଣ୍ଣାଟକରେ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ସୁରକ୍ଷିତ

Spread the love

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଚାମରାଜନଗରର ମକାଲୀ ଗାଆଁ ପାଖରେ ଗୁରୁବାର ଦିନ ଭାରତୀୟ ବାୟୁସେନାର ଏକ କିରଣ ଟ୍ରେନର ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଏକ ମହିଳା ଏବଂ ଏକ ପୁରୁଷ ପାଇଲଟ ଥିଲେ, ଯିଏ ପୁରା ସୁରକ୍ଷିତ ଥିଲେ । ଭାରତୀୟ ବାୟୁସେନା ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନ୍‌କ୍ୱାରୀର ଆଦେଶ ଦେଇଥିଲେ । ଏହି ଦୁର୍ଘଟଣା ନିୟମିତ ପ୍ରତିକ୍ଷଣ ଉଡ଼ାନ ସମୟରେ ହୋଇଥିଲା ।

ବାୟୁସେନା ଏକ ବୟାନରେ କହିଛନ୍ତି ଯେ ଏକ ନିୟମିତ ପ୍ରଶିକ୍ଷଣ ଉଡ଼ାନ ସମୟରେ ଭାରତୀୟ ବାୟୁସେନାର ଏକ ସୂର୍ଯ୍ୟ କିରଣ ପ୍ରଶିକ୍ଷଣ ବିମାନ କର୍ଣ୍ଣାଟକର ଚାମରାଜନଗର ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପୂର୍ବରୁ ଏକ ମହିଳା ପାଇଲଟ ସହିତ ଦୁଇ ପାଇଲଟ ସୁରକ୍ଷିତ ବାହାରି ପାରିଥିଲେ । ଦୁର୍ଘଟଣା କାରଣ ଜାଣିବାକୁ କୋର୍ଟ ଅଫ୍ ଇନ୍‌କ୍ୱାରୀର ଆଦେଶ ଦେଇଦିଆଯାଇଥିଲା । ଏଥିରେ କେହି ମୃତାହତ ହେବାର ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *