ଇନ୍ଦୋର: ଶନିବାର ଦିନ ଇନ୍ଦୋର ନିଜ ନାମରେ ଏକ ବିଶ୍ୱ ରେକର୍ଡ ଦର୍ଜ କରିଛି । ମାନବ ଶୃଙ୍ଖଳରେ ଭାରତର ଭୌଗଳିକ ନକ୍ସା ପ୍ରସ୍ତୁତ କରି ୱାର୍ଲ୍ଡ ବୁକ ଅଫ ରେକର୍ଡରେ ନିଜ ନାମ ସାମିଲ କରିଛି ଇନ୍ଦୋର । ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏହି ରେକର୍ଡ କରାଯାଇଛି ।
ଇନ୍ଦୋରର ବିଦ୍ୟା ଶକ୍ତିପୀଠରେ ଜ୍ୱାଳା ନାମକ ଏକ ସାମାଜି ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦୦ ଛାତ୍ରଛାତ୍ରୀ, ସାମାଜିକ କର୍ମୀ ଓ ଅନ୍ୟ ଲୋକ ଭାଗ ନେଇ ଏହି ବିଶ୍ୱ ରେକର୍ଡ ହାତେଇ ନେଇଛନ୍ତି । ଭାରତ ମାନଚିତ୍ରର ବାହାର ସୀମା ନୁହେଁ ଭିତରରେ ରାଜ୍ୟର ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ମାନଚିତ୍ରର ଭିତରେ ଭାରତର ଜାତୀୟ ପତାକାର ତିନିଟି ରଙ୍ଗ ସହ ଅଶୋକ ଚକ୍ରକୁ ମଧ୍ୟ ଆକାର ଦିଆଯାଇଛି । ଏଥିରେ ମୋଟ ୫,୩୩୫ ଜଣ ଭାଗ ନେଇଥିଲେ ।
ଜ୍ୱାଳାର ପ୍ରତିଷ୍ଠାତା ଡ ଡିବ୍ୟା ଗୁପ୍ତା କହିଛନ୍ତି, ମାନବ ଶୃଙ୍ଖଳରେ କୌଣସି ଦେଶର ଭୌଗଳିକ ଚିତ୍ର କରି ସମସ୍ତ ରେକର୍ଡ ଭାଙ୍ଗାଯାଇଛି । ସେ ଆହୁରି କହିଛନ୍ତି, ଏହି ନକ୍ସାର ସୀମା ଶ୍ରୀଶକ୍ତିରେ ନିର୍ମାଣ କରାଯାଇ ଭାରତୀୟ ମହିଳାଙ୍କ ଶକ୍ତିକୁ ବିଶ୍ୱ ଦରବାରରେ ଦର୍ଶାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now