ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା

Spread the love

ଭୁବନେଶ୍ୱର : ନୂତନ ଶିଳ୍ପନୀତି ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରୁ ୨୮୦ କୋଟି ଆର୍ଥିକ ପ୍ରୋତ୍ସାହନ ସହ ୨୫୦୭ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍ କୁ ବଣ୍ଟନ କରାଯାଇଛି । ଗତ ବର୍ଷ (୨୦୨୨-୨୩ ଆର୍ଥିକ ବର୍ଷ)ରେ ପ୍ରାୟ ୫୦ କୋଟି ଟଙ୍କା ବିଭିନ୍ନ ନୀତି ଅନୁଯାୟୀ ଏମ୍‌ଏସ୍‌ଏମ୍‌ଇମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ  ପ୍ରତାପ କେଶରୀ ଦେବ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଏମ୍‌ଏସ୍‌ଏମ୍‌ଇ ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ରପ୍ତାନୀ ଅଭିବୃଦ୍ଧି ଘଟିଛି । ରପ୍ତାନୀ୨୦୦୧-୦୨ ଆର୍ଥିକ ବର୍ଷରେ ୫୬୨.୭୦ କୋଟିରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧,୩୨,୪୦୫ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏମ୍‌ଏସ୍‌ଏମ୍‌ଇର ସଫଳତା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଉଲ୍ଲେଖନୀୟ ଋଣ ପ୍ରଦାନ କରାଯାଉଛି । ୧୯୯୯-୨୦୦୦ ଆର୍ଥିକ ବର୍ଷରେ ୧୭୦.୩୮ କୋଟିରୁ ୨୦୨୨-୨୩ ଆର୍ôଥକ ବର୍ଷରେ ୬୨୨୨୮.୮୧ କୋଟିକୁ ବୃଦ୍ଧି ପାଇଛି ।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏମ୍‌ଏସ୍‌ଏମ୍‌ଇ ପାର୍କ ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟତଃ ରାଜ୍ୟ ପାଣ୍ଠିରୁ ପ୍ରତ୍ୟେକ ଜିଲ୍ଲାରେ ପାର୍କଗୁଡ଼ିକ ବିକଶିତ କରାଯାଇଛି । ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଡିଆଇସି ମାଧ୍ୟମରେ ୧୬୦୦ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ କରାଯାଇଥିଲା । ୧୬୦୦ଟି ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୪୯୫୯୬ ଓଡ଼ିଶା ଷ୍ଟାର୍ଟଅପ୍ ନୀତି ୨୦୧୬ ଅଧିନରେ ‘ଷ୍ଟାର୍ଟଅପ୍ ଓଡ଼ିଶା’ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ଏବଂ ଇନ୍‌କ୍ୟୁବେଟରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ଆଜି ପର୍ଯ୍ୟନ୍ତ ୨୨୪ ଷ୍ଟାର୍ଟଅପ୍ ମାସିକ ଭତା ଅନୁଦାନ, ୮୬ ଷ୍ଟାର୍ଟଅପ୍ ପାଇଁ ଉତ୍ପାଦ ବିକାଶ ଓ ମାର୍କେଟିଂ ସହାୟତା ଅନୁଦାନ,୧୭ ଷ୍ଟାର୍ଟଅପ୍ ପାଇଁ ଆବଶ୍ୟକତାଭିତିକ ସହାୟତା ଏବଂ ୮୬ ଷ୍ଟାର୍ଟଅପ୍ ପାଇଁ ସବ୍‌ସିଡିଯୁକ୍ତ ଇନ୍‌କ୍ୟୁବେସନ୍ ପ୍ରଦାନ କରାଯାଉଛି । ମୋଟ ଉପରେ ଗତ ୨ ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍ ଏବଂ ଇନ୍‌କ୍ୟୁବେଟରକୁ ୧୮.୬୩ କୋଟି ଆର୍ôଥକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଷ୍ଟାର୍ଟଅପ୍ ରାଙ୍କିଂରେ ଟପ୍ ପରଫର୍ମର ମାନ୍ୟତା ପାଇଛି । ଏହା ସହ ଜାତୀୟ ଏମ୍‌ଏସ୍‌ଏମ୍‌ଇ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *