୫ ବର୍ଷରେ ଗାଏବ ହୋଇଯିବ ପେଟ୍ରୋଲ, ଡିଜେଲ

Spread the love

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଖବର । କେନ୍ଦ୍ର ସଡକ ପରିବହନ ରାଜମାର୍ଗ ମନ୍ତ୍ରଣାଳୟ ମନ୍ତ୍ରୀ ନୀତନ ଗଡକରୀ କହିଛନ୍ତି, ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରୁ ପେଟ୍ରୋଲ ସମାପ୍ତ ହୋଇଯିବ । ବକ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଦେଶରେ  ପ୍ରଦୁଷଣ ରୋକିବା ଓ ଇଲେକଟ୍ରିକ୍ ବାଇକର ଚାହିଦା ଆଗକୁ ବଢାଇବାକୁ ଏଭଳି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।

କେନ୍ଦ୍ର ସରକାର ବର୍ତ୍ତମାନ ଇଲେକଟ୍ରିକ୍ ବାହନର ପ୍ରଚାର ପ୍ରସାର କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ନୀତନ୍ ଗଡକରୀ ମହାରାଷ୍ଟ୍ରର ଅକୋଲରେ ଥିବା କୃଷି ବିଦ୍ୟାଳୟର ଏକ ସମାରୋହରେ ଯୋଗ ଦେବା ଅବସରରେ ଏନେଇ ସୂଚନା ଦେଇଛନ୍ତି । ଏହି ଅବସରରରେ ତାଙ୍କୁ ଡକ୍ଟର ଅଫ ସାଇନ୍ସ ଉପାଧି ପରେ ସମ୍ମାନିତ କରାଯାଇଥିଲା । ଅଭିଭାଷଣରେ ସେ କହିଥିଲେ ସରକାର ପେଟ୍ରୋଲ ଓ ଡିଜେଲର ବିକଳ୍ପ କଥା ଚିନ୍ତା କରିବା ଦରକାର । ଏଥିପାଇଁ ଇଥାଇନେଲର ବ୍ୟବହାର ଆରମ୍ଭ ହେଲାଣି ।

ମନ୍ତ୍ରୀ ଆହୁରି କହିଛନ୍ତି, ଗ୍ରୀନ ହାଇଡ୍ରୋଜେନ୍ ସାହାଯ୍ୟରେ ଯାନବାହନ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଛି । ଯାହାର କିଲୋ ପ୍ରତି ଦାମ ୭୦ ଟଙ୍କା ରହିବ । ଏହା ସାହାଯ୍ୟରେ ଲୋକମାନେ କମ ଦାମରେ ଇନ୍ଧନ ପାଇପାରିବେ । ଆଗାମୀ ୫ ବର୍ଷ ଭିତରେ ଦେଶରୁ ପେଟ୍ରୋଲ ଡିଜେଲ ଗାଏବ ହୋଇଯିବ ବୋଲି ନୀତନ୍ ଗଡକରୀ କହିଛନ୍ତି ।

ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *