ଦେଶ ପାରୁଛି ଏକତା ଦିବସ

Spread the love

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ଏକତା ଦିବସ। ଦେଶର ପ୍ରଥମ ଗୃହମନ୍ତ୍ରୀ ସରର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ କିଛି ବର୍ଷ ଧରି ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଗୃହମନ୍ତ୍ରୀଙ୍କ ସ୍ମାରକସ୍ଥଳୀରେ ଦେଇଛନ୍ତି ଶ୍ରଦ୍ଧା ସୁମନ। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭଡିଆରେ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ପହଞ୍ଚି ଦେଇଛନ୍ତି ଶ୍ରଦ୍ଧାଞ୍ଜଳି।

ଦେଶର ପ୍ରଥମ ଗୃହମନ୍ତ୍ରୀ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ  ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ତାଙ୍କୁ ସ୍ମରଣ କରିଛନ୍ତି।  ମୋଦି କହିଛନ୍ତି କି,  ଏହି ଅବସର ଆମକୁ ସ୍ମରଣ କରାଇଥାଏ କି, କଣ ହୋଇଥାନ୍ତା ଯଦି ଭାରତ ସ୍ବାଧୀନତା ସଂଗ୍ରାମରେ ପଟେଲଙ୍କ ପରି ନେତୃତ୍ବ ସାମିଲ ହୋଇ ନ ଥାନ୍ତେ? କଣ ହୋଇଥାନ୍ତା, ଯଦି ୫୫୦ରୁ ଅଧିକ ରାଜା ରାଜୁଡାଙ୍କ ସାମ୍ରାଜ୍ୟ ଏକଜୁଟ ହୋଇ ନ ଥାନ୍ତେ? କଣ ହୋଇଥାନ୍ତା ଯଦି ସେ ମା ଭାରତୀ ପ୍ରତି ନିଜ ସମର୍ପଣ ଭାବ ଦେଖାଇ ନ ଥାନ୍ତେ? ଆଜି ତାଙ୍କ ଅବଦାନରୁ ଦେଶ ମାତୃକା ଅଖଣ୍ଡ ଠିଆ ହୋଇଛି। ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛୁ। ଆମେ ନୂଆ ସଂକଳ୍ପ ସହ ଆଗେଇ ଚାଲିଛୁ। ଆଜି ସାରା ଦେଶରେ ୭୪ ହଜାର ଏକତା ଦୌଡ ହେଉଛି। ଏଥିରେ ଲକ୍ଷ ଲକ୍ଷ ଲୋକ ଜଡିତ ଅଛନ୍ତି। ବଲ୍ଲଭ ଭାଇଙ୍କ ସଂକଳ୍ପ ଶକ୍ତିରୁ ଆଜି ଦେଶର ଜନ ଜନ ପ୍ରେରିତ ହେଉଛି। ପଞ୍ଚ ପ୍ରାଣର ଜାଗୃତା ପାଇଁ ରାଷ୍ଟ୍ରଆଜି ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ନେଇଛି ବୋଲି ମୋଦି କହିଛନ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୋଦିଙ୍କ ସହ କେଭଡିୟାରେ ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।  ଏହି ଅବସରରେ ଶାହ ତାଙ୍କ ସମ୍ବୋଧନରେ ଦେଶବାସୀଙ୍କୁ କହିଛନ୍ତି କି, ଶହ ଶହ ବର୍ଷରେ ଜଣେ ସରଦାରଙ୍କ ଜନ୍ମ ହୋଇଥାଏ। ସେହି ଜଣେ ସରଦାର ଶତାବ୍ଦୀ ଶତାବ୍ଦୀ ଧରି ଲୋକଙ୍କୁ ଜାଗୃତ କରିଥାନ୍ତି। ତାଙ୍କ ପ୍ରେରଣା ଦେଶକୁ ଅକ୍ଷୁନ୍ନ ରଖିଛି। ତେଣୁ ଆଜି କାଭଡିୟା  ଦେଶ ଭକ୍ତିର ତୀର୍ଥସ୍ଥଳରେ ପରିଣତ ହୋଇଛି। ଏହି ସୁଉଚ୍ଚ ପ୍ରତିମୂର୍ତ୍ତି ସାରା ବିଶ୍ବକୁ ଭାରତର ଉଜ୍ଜଳ ଭବିଷ୍ୟତର ବାର୍ତ୍ତା ଦେଉଛି ବୋଲି କହିଛନ୍ତି ଶାହ।  କିପରି ବ୍ୟକ୍ତିର ଦୃଢ ଇଛାଶକ୍ତି, ଲୌହ ନେତୃତ୍ବ ଓ ଅଦମ୍ୟ ରାଷ୍ଟ୍ରପ୍ରେମ ଦେଶ ଭିତରେ ଥିବା ସମସ୍ତ ବିଭେଦାକୁ ଏକତାରେ  ପରିଣତ କରି ଅଖଣ୍ଡ ଭାରତର ରୂପ ନେଇ ପାରେ। ଏହି ଅବସରରେ ସେ ବିଶିଷ୍ଠ କବି ହରିବଂଶ ରାୟ ବଚ୍ଚନଙ୍କ ଦ୍ବାରା ସରଦାରଙ୍କ ପଟେଲଙ୍କ ପାଇଁ ରଚିତ ଏକ କବିତା ମଧ୍ୟ ପାଠ କରିଛନ୍ତି।

ଅକ୍ଟୋବର ୩୧, ଲୗହ ପୁରୁଷ ସରଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ୨୦୧୪ରୁ ପାଳନ କରିଆସୁଛି। ଏହି ବୀର ପୁରୁଷ ଦେଶର ସ୍ବାଧୀନତା ସଂଗ୍ରାମରେ ଯୋଗଦେଇଥିଲେ। ଦେଶ ସ୍ବାଧୀନତା ପରେ, ଭିନ୍ନ ଭିନ୍ନ ରାଜା ରାଜୁଡାଙ୍କ ସାମ୍ରାଜ୍ୟ କୁ ଏକିକରଣ କରି ଦେଶର ଏହି ଗୃହମନ୍ତ୍ରୀ ଅଖଣ୍ଡ ଭାରତକୁ  ବିଶ୍ବ ଦରବାରରେ ପରିଚିତ କରିଥିଲେ।  ବିଭିନ୍ନ ରାଜ୍ୟକୁ ଏକତାରେ ବାନ୍ଧି ରଖିବାର ସଫଳ ପ୍ରୟାସ ସ୍ବରୂପ ଆଜି ଦେଶ ପାଳୁଛି ଏକତା ଦିବସ।

Leave a Reply

Your email address will not be published. Required fields are marked *