ରାଜୀବ ଗାନ୍ଧୀଙ୍କ ସୁଦୂର ଚିନ୍ତାଧାରାରୁ ଭାରତ ଶକ୍ତି ପାଇଲା : ଗେହେଲଟ

Spread the love

ଜୟପୁର : ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରବିବାର ଦିନ ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ପୂଣ୍ୟ ତିଥିରେ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମଟି କାର୍ଯ୍ୟାଳୟରେ ତାଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିôଲେ । ପୂଣ୍ୟତିଥିରେ ହୋଇଥିବା କାର୍ଯ୍ୟକ୍ରମରେ ଗେହଲଟ କହିଛନ୍ତି ଯେ, ରାଜୀବ ଗାନ୍ଧୀ ୧୮ ବର୍ଷ ବୟସରଙ୍କ ମତଦାନର ଅଧିକାର ଦେଇଥିଲେ ଯାହା ଯୁବଶକ୍ତି ଦେଶର ବିକାଶରେ ତାଙ୍କ ନିଜର ଭବିଷ୍ୟତ ଗଢ଼ିପାରିବେ ।

ଗେହଲଟ କହିଛନ୍ତି ଯେ, ରାଜୀବ ଗାନ୍ଧୀ ନେଇଥିବା ଐତିହାସିକ ନିର୍ଣ୍ଣୟରେ ମହିଳା ଏବଂ ଅନୁସୂଚିତ ଜାତି-ଜନଜାତି ବର୍ଗ ରାଜନୀତିରେ ଭାଗ ନେବା ପାଇଁ ସୁନିଶ୍ଚିତ କରିଥିଲେ । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ରାଜୀବ ଗାନ୍ଧୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ଯୋଗୁଁ ଦେଶ ବୈଷୟିକ ବିକାଶରେ ଉର୍ଜା ହାସଲ କରିଛି । ଟେକନୋଲୋଜି ଏବଂ ଯୋଗାଯୋଗ ଯୋଗୁଁ ଭାରତ ଅଗ୍ରଗତି କଲା ।

Leave a Reply

Your email address will not be published. Required fields are marked *