୫ଜି ର ଶୁଭଆରମ୍ଭ କରିଛନ୍ତି ମୋଦି

ନୂଆଦିଲ୍ଲୀ: ନୂଆ ଭାରତ, ନୂଆ ଟେକ୍ନୋଲେଜି। ଭବିଷ୍ୟତରେ ଓ୍ୱାଏରଲେସ୍ ଟେକ୍ନୋଲୋଜିରେ ଭାରତର ଭୂମିକା ରହିବ। ୨ଜିରୁ ୪ଜି ଯାଏ। ଭାରତ ଟେକ୍ନୋଲୋଜି ଲାଗି ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ୫ଜି ସହ ଭାରତ ନୂଆ ଇତିହାସ ରଚିଲା ବୋଲି ୫ଜି ସେବାର ଶୁଭାରମ୍ଭ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୫ଜି ସହ ପ୍ରଥମ କରି ଭାରତ ଟେଲିକମ ଟେକ୍ନୋଲୋଜିରେ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ଆପଣାଇଛି।

ଭାରତର ୧୩୦ କୋଟି ଦେଶବାସୀଙ୍କୁ ଏକ ବଡ଼ ଉପହାର ମିଳିଛି। ଯାହାର ନାଁ ୫ଜି। ଦେଶର ବିକାଶରେ ନୂଆ ଯୁଗର ପରିଚୟ। ଅନନ୍ତ ଆକାଶକୁ ଛୁଇଁବାର ଅୟମାରମ୍ଭ। ୫ଜି ସହ ଭାରତ ନୂଆ ଇତିହାସ ରଚିଛି। ପ୍ରଗତି ମୈଦାନରୁ ୫ଜି ସେବାର ଶୁଭାରମ୍ଭ କରି କିଛି ଏମିତି ବାଗରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୨ଜିରୁ ୪ଜି ଯାଏ। ଭାରତ ଟେକ୍ନୋଲୋଜି ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ୫ଜି ବେଳକୁ ଭାରତ ପ୍ରଥମ ଥର ଟେଲିକମ ଟେକ୍ନୋଲୋଜିକୁ ବିଶ୍ୱସ୍ତରୀୟ କରିପାରିଲା। ଦେଶରେ ଡାଟା କ୍ରାନ୍ତି ଆସିଛି।

ଦେଶର ଗରିବ ଲୋକ ବି ନୂଆ ଟେକ୍ନୋଲୋଜି ଆପଣାଇବାକୁ ସବୁବେଳେ ଆଗେଇ ଆସିଛନ୍ତି। ଜରୁରୀସେବାରେ ୫ଜି ବହୁ ସହାୟକ ସାଜିବ। ଶିକ୍ଷାକ୍ଷେତ୍ରକୁ ନୂଆ ଜ୍ଞାନକୌଶଳ ଦେବ। ୨୦୧୪ ସୁଦ୍ଧା ମୋବାଇଲ ରପ୍ତାନୀରେ ଜିରୋ ଥିଲା ଇଣ୍ଡିଆ। ଆଉ ଏବେ ଭାରତ ହଜାର ହଜାର କୋଟି ଟଙ୍କାର ମୋବାଇଲ୍ ରପ୍ତାନୀ କରୁଛି। କମ୍ ଦାମରେ ଅଧିକ ଫିଚର କେମିତି ପାଇବୁ, ସେଥିଲାଗି ଭାରତ ପ୍ରୟାସ ଆରମ୍ଭ କରିଦେଇଛି। ଆଗ ଓ୍ୱାନ୍ ଜିବି ପିଛା ୩ଶହ ଟଙ୍କା ପଡ଼ୁଥିଲା। ହେଲେ ଆଜି ମାତ୍ର ୧୦ ଟଙ୍କା। କହିବାକୁ ଗଲେ ମାସକୁ ୧୪ଜିବି ଡାଟା ଜଣେ କଞ୍ଜ୍ୟୁମ୍ କରୁଛି। ୧୪ରେ କେବଳ ୨ଟି ମୋବାଇଲ ନିର୍ମାତା କମ୍ପାନୀ ଥିଲା ଭାରତରେ। ଆଉ ଏବେ ୨ଶହରୁ ଅଧିକ ସଂଖ୍ୟା ପହଞ୍ଚିଲାଣି। ଡିଭାଇସ, ଡିଜିଟାଲ କନେକ୍ଟିଭିଟି, ଡାଟା କଷ୍ଟ ଓ ଡିଜିଟାଲ ଫାଷ୍ଟ ଆପ୍ରୋଚ ଉପରେ ଡିଜିଟାଲ ଇଣ୍ଡିଆର ସଫଳତା ନିର୍ଭର କରୁଛି। ଆଉ ଏ ସବୁ ଉପରେ ଦେଶ କାମ କରୁଛି।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର ବି ୫ଜି ସେବାରେ ସାମିଲ୍ ହୋଇଛି। ମୁର୍ମୁଙ୍କ ସ୍କୁଲ୍ ଏସଏଲଏମ ସ୍ମାରକୀ ଆବାସିକ ବିଦ୍ୟାଳୟରୁ ସିଧାସଳଖ ଯୋଡ଼ିହୋଇଥିଲେ ପିଲାଏ। ଆଉ କିଛି ସ୍କୁଲ ପିଲାଙ୍କ ସହ ୫ଜି ସେବା ଉପରେ ମତବିନିମୟ କରିଥିଲେ ପ୍ରଧାନମନ୍ତ୍ରୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *