ଦୁଇ ମହିଳାଙ୍କ ସହିତ ଅମାନବୀୟ ବ୍ୟବହାର, ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାହେଲେ କେନ୍ଦ୍ର ଗୃହମନ୍ତ୍ରୀ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ଦୁଇ ମହିଳାଙ୍କ ସହିତ ଘଟିଥିବା ଅତ୍ୟନ୍ତ ଅମାନବୀୟ ବ୍ୟବହାରକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ ସହିତ କଥା ହେବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର କରି ବୁଲାଯିବା ଏବଂ ସେମାନଙ୍କ ସହିତ ଅଶ୍ଳିଳ ବ୍ୟବହାର କରାଯିବା ମାମଲା ସାମ୍ନାକୁ ଆସିଛି । ଯେବେଠୁ ଏହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଲାଣି । ବିରୋଧୀ ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି । ସରକାରଙ୍କ କହିବା କଥା, ଏହି ଘଟଣା ୪ ମଇରେ ଘଟିଥିଲା । ଘଟଣାରେ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *