ବିଧାନସଭାରେ କଂଗ୍ରେସ ଆଉଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦଳର ନେତା ରାମ ଚନ୍ଦ୍ର କାଡାମ । ସେ କହିଛନ୍ତି ଯେ, ଏ ସରକାର ଗଣତନ୍ତ୍ରକୁ ମାନୁ ନାହାନ୍ତି । ଗଣତନ୍ତ୍ରକୁ ହତ୍ୟା କଲେ । ବିଧାନସଭାରେ ବିଧାୟକ ମାନଙ୍କ କହିବାର ଅଧିକାର ରହିଛି। କିନ୍ତୁ ୧୪ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବନ କଲେ । ନାରୀ ସୁରକ୍ଷା ପାଇଁ। ଗୃହ କମିଟି ଗଠନ କରିବା ପାଇଁ କଂଗ୍ରେସ ଦାବି କରିଥିଲା । ସରକାର ଏହି ପ୍ରସଙ୍ଗ ରେ ମାତ୍ରାଧିକ ଭୟ ହୋଇ ପଡ଼ିଲେ । ରାଜ୍ୟ ସରକାର ପୁଲିସ ଜରିଆରେ ଦମନ ଲୀଳା ଚଳାଇଛନ୍ତି । ଏହାକୁ କଂଗ୍ରେସ ଆଦୌ ବରଦାସ୍ତ କରିବ ନାହିଁ । ଆଗାମୀ ଦିନରେ ଦଳ ଲୋକଙ୍କ ପାଖରେ ପହଞ୍ଚେଇ ଆନ୍ଦୋଳନ ଜୋର୍ ଦାର କରିବ । ବିଧାନ ସଭା ବାହାରେ ଶନିବାର ବିଧାୟକ ମାନେ ଦୀର୍ଘ ସମୟ ଧରି ବାହାରେ ଧାରଣାରେ ବସିଥିଲେ । ସରକାରଙ୍କ କୌଣସି ପ୍ରକାର ସହାନୁଭୂତି ନାହି । ସରକାର ସିଷ୍ଟମ୍ରୁ ଆଉଟ୍ କରିବା ପାଇଁ ଆମକୁ ଡରୁଛନ୍ତି ।ବିନା ଦୋଷରେ ବିଧାୟକ ମାନଙ୍କ ନିଲମ୍ବନ କରିଛନ୍ତି । ତେବେ ନାରୀ ସୁରକ୍ଷା କୁ ନେଇପଞ୍ଚୟତ ସ୍ତର ରେ ଖୁବ୍ ଶୀଘ୍ର ସତ୍ୟାଗ୍ରହ ଅଭିଯାନ ଆରମ୍ଭ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now