ନୌସେନାରେ ସାମିଲ ହେଲା ଆଇଏନଏସ ଭାଗିର

Spread the love

ମୁମ୍ବାଇ: କଲଭରି ଶ୍ରେଣୀର ପଞ୍ଚମ ପାଣ୍ଡୁବି ଆଇଏନଏସ ଭାଗିରକୁ ସୋମବାର ଭାରତୀୟ ସେନାରେ ସାମିଲ କରାଯାଇଛି। ଏହା ଭାରତୀୟ ନୌସେନାର କ୍ଷମାତା ବୃଦ୍ଧି କରିବ। ଆଇଏନଏସ ଭାଗିରକୁ ମୁମ୍ବାଇ ମଝଗାଓଁ ଡକ ସିପବିଲ୍ଡର୍ସ ଲିମିଟେଡ ଦ୍ବାରା ଫ୍ରାନ୍ସର ସହଯୋଗରେ ନିର୍ମାଣ କରାଯାଇଛି। ଭାଗିରର ଫରାସି ଅର୍ଥ ଭୟଙ୍କର ଶିକାରୀ। ସେନାରେ ଆଇଏସଏସ ଭାଗିର ସାମିଲ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଏଡମିରାଲ ଆର ହରି କୁମାର ଭାଗ ନେଇଥିଲେ।

ଏହି ପାଣ୍ଡୁବି ଭାରତୀୟ ନୌସେନାର କ୍ଷମତା ବୃଦ୍ଧି କରିବା ସହ ସମୁଦ୍ର ପଥରେ ଶତ୍ରୁଙ୍କୁ ମାତ ଦେବ ବୋଲି ନୌସେନା ପକ୍ଷରୁ କୁହାଯାଇଛି। ଏଥିସହ ସଙ୍କଟ ସମୟରେ ନିର୍ଣ୍ଣାୟକ ଝଟକା ଦେବାକୁ ଗୁଇନ୍ଦାଗିରି, ନରୀକ୍ଷଣ ଓ ଆଇଏସଆର ଗତିବିଧିକୁ ସଂଚାଳନ କରିବ ଏହି ପାଣ୍ଡୁବି।

ହରି କୁମାରଙ୍କ ମୁତାବକ, ଆଇଏମଏସ ଭାଗିର ଅଚୁକ ଅତିଆର ସବୁରେ ସମୃଦ୍ଧ ଏକ ଘାତକ ପ୍ଲାଟଫର୍ମ। ଏହାର କ୍ଷମତା ନୌସେନାର ଯୁଦ୍ଧ କ୍ଷମତା ବଢାଇବା ସହ ଦେଶର ପ୍ରତିରୋଧ କ୍ଷମତା ବଢାଇବ। ସେ ଆହୁରି କହିଛନ୍ତି କି, ଭାଗିର ୨୪ ମାସରୁ କମ ସମୟରେ ନୌସେନାରେ ସାମିଲ ହୋଇଥିବା ତୃତୀୟ ପାଣ୍ଡୁବି।

Leave a Reply

Your email address will not be published. Required fields are marked *