ପିକନିକ ବଦଳରେ ଜେଲ ଯାତ୍ରା

Spread the love

() ଭୁବନେଶ୍ବର ଏମ୍ବାସୀ ପବ୍‌ ଭଙ୍ଗାରୁଜା ଘଟଣାରେ୩୪ ଜଣଙ୍କୁ ଗିରଫ କରିଛି କମିଶନରେଟ  ପୋଲିସ l ଯାହା କି ପୋଲିସ ଇତିହାସରେ ସର୍ବାଧିକ ଗିରଫଦାରି ତାଲିକା l ମାତ୍ର ଏବେବି ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ ସଂଜୀବ ସ୍ୱାଇଁ l ତାଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।

ମହଙ୍ଗା ପଡିଲା ବାର୍‌ରେ ଗଣ୍ଡଗୋଳ । ଘଟଣାରେ ଧରାପଡ଼ିଲେ ୩୪ ଅଭିଯୁକ୍ତ ।  ଏହା କମିଶନରେଟ ପୋଲିସ ଇତିହାସରେ ସର୍ବାଧିକ ଗିରଫଦାରି ବୋଲି କୁହାଯାଉଛି।  ପିକନିକ ଯିବା ପରିବର୍ତ୍ତେ ଜେଲ ଯାଇଛନ୍ତି ସମସ୍ତ ଅଭିଯୁକ୍ତ । ଛାତ୍ର ନେତାଙ୍କ ଇଙ୍ଗିତରେ ଏହି ତୁମୁଳକାଣ୍ଡ ଘଟିଥିବା ସୂଚନା। ଘଟଣାରେ ସହଯୋଗୀମାନେ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର। ଗତ ୭ତାରିଖ ରାତି ପାଖାପାଖି ୧୨ଟାରେ ଚନ୍ଦ୍ରଶେଖରପୁର ସ୍ଥିତ ଏମ୍ବାସି ବାରରେ ପହଂଚିଥିଲେ ଛାତ୍ର ନେତା ସଂଜୀବ ସ୍ୱାଇଁ। ନିଶାସକ୍ତ ଅବସ୍ଥାରେ ବାର୍‌ ଭିତରକୁ ପ୍ରବେଶ ପାଇଁ ଚାହୁଁଥିଲେ,  ହେଲେ ବାର ବନ୍ଦ ଥିବାରୁ ବାଉନ୍ସର ମାନେ ମନା କରିଥିଲେ। ଯାହାକୁ ନେଇ କର୍ମଚାରୀଙ୍କ ସହ ସଂଜୀବଙ୍କ ଯୁକ୍ତିତର୍କ ହୋଇଥିଲା । ପରେ ସଂଜୀବ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।  ପରେ ସଂଜୀବଙ୍କ ଇଂଗିତରେ ୪୦ରୁ ଅଧିକ ଯୁବକ ବାର ନିକଟରେ ପହଁଚି  ଆରମ୍ଭ କରିଥିଲେ ତୁମୁଳକାଣ୍ଡ।  ବାର୍‌ କାଚ ସହ ଷ୍ଟିଲ ସିଲିଙ୍ଗ ଭାଙ୍ଗିଥିଲେ । ଘଟଣା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

ତେବେ ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା। ଅଭିଯୁକ୍ତଙ୍କ ଭିତରୁ କିଛି କେ.ବି.ଏନ ଗ୍ୟାଙ୍ଗର ଥିବା ଜଣାପଡିଛି। ତେବେ ତଦନ୍ତରେ ଯାହାର ସମ୍ପୃକ୍ତି ଆସିବ ସମସ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଜୋନ ୬ ଏସିପି ରମେଶ ବିଶୋଇ।

Leave a Reply

Your email address will not be published. Required fields are marked *