ଲୋହରଦଗାରୁ ଆଇଏସଆଇଏସ ଆତଙ୍କବାଦୀ ଗିରଫ

Spread the love

ଲୋହରଦଗା : ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲାର ସଦର ଥାନା ଅଞ୍ଚଳରେ ଥିବା ନୂଆ ରୋଡ଼ରୁ ଇସଲାମିକ ଷ୍ଟେଟ ଇରାକ ଆଣ୍ଡ ସିରିୟା (ଆଇଏସଆଇଏସ)ର ଏକ ଆତଙ୍କବାଦୀକୁ ଗିରଫ କରାଯାଇଛି । ନେସନାଲ ଇଂଟେଲିଜେନ୍ସ ଏଜେନ୍ସୀ ଏବଂ ଦିଲ୍ଲୀ ପୋଲିସ ଟିମ୍ ମିଳିତ ଭାବେ ଚଢ଼ଉ କରି ଏହି ଆତଙ୍କବାଦୀକୁ ଗିରଫ କରିଛି । ତା ନିକଟରୁ ପେନ ଡ୍ରାଇଭ ଏବଂ କେତେକ ଆପତିଜନକ ଭିଡ଼ିଓ ସହିତ ଅନ୍ୟ ସାମଗ୍ରୀ ଜବତ ହୋଇଛି ।

ସୂଚନା ମୁତାବକ, ଗିରଫ ହୋଇଥିବା ଆତଙ୍କବାଦୀ ଶହବାଜ ମୂଳ ରୂପରେ ବିହାର ନିବାସୀ ଅଟେ । ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ସମ୍ପର୍କ ରଖିଥିଲା । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଯୋଗାଯୋଗରେ ଥିବା ଅନ୍ୟ ମାନଙ୍କୁ ମଧ୍ୟ ଧରିବାକୁ ଚେଷ୍ଟା ଚଳାଇଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଶହବାଜ ଏଠାରେ ରହି କିପରି ନିଜର ଆତଙ୍କୀ ଗତିବିଧି ସଞ୍ଚାଳନା କରୁଥିଲା, ଏଥିସହିତ କେଉଁମାନେ ତା ସହିତ ଯୋଗାଯୋଗରେ ଥିଲେ, ଏବଂ ସାକ୍ଷ୍ୟ ଯୋଗାଡ କରାଯାଉଛି । ଏନେଇ ଆଗକୁ ଆଉ କିଛି ଲୋକଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି । 

Leave a Reply

Your email address will not be published. Required fields are marked *