ବିଦେଶ ଯିବେ ଜାକଲିନ!

Spread the love

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମହାଠକ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ଗର୍ଲଫ୍ରେଣ୍ଡ  ତଥା ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ ପଟିଆଲା ହାଉସ କୋର୍ଟରେ ହାଜର ହୋଇଛନ୍ତି। ଏହି ସମୟରେ ଅଭିନେତ୍ରୀ ଡିସେମ୍ବର ୨୩ରୁ ତାଙ୍କ ଜନ୍ମସ୍ଥଳୀ ବାହରିନ ଯିବାକୁ ଅନୁମତି ମାଗିଛନ୍ତି। ଯାଚିକା ଉପରେ କୋର୍ଟ ଇଡିକୁ   ଜବାବ ରଖିବାକୁ ନିର୍ଦ୍ଦେଶ ଦେଇ ଏହାର ଶୁଣାଣି ଆସନ୍ତା ଗୁରୁବାର କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

ମଙ୍ଗଳବାର ୨୦୦ କୋଟି ମନି ଲେଣ୍ଡରିଂ ମାମଲାରେ ପଟିଆଲା ହାଉସ କୋର୍ଟରେ ହାଜର ହେବା ବେଳେ ଜାକଲିନ ବିଦେଶ ଯିବାକୁ ଅନୁମତି ମାଗିଛନ୍ତି। ସେ ଡିସେମ୍ବର ୨୩ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ବାହରିନ ଯିବାକୁ ଚାହୁଁଛନ୍ତି। ଏହି ଆବେଦନ ଉପରେ କୋର୍ଟ ୨୨ ଡସେମ୍ବରକୁ ଶୁଣାଣି କରିବେ।

ସେପଟେ ସୁକେଶଙ୍କ ଯେଉଁ ସମ୍ପତ୍ତିକୁ ଇଡି ଆଟାଚ କାରିଛି ତାକୁ ତାଙ୍କୁ ହସ୍ତାନ୍ତର କରିବାକୁ ହୋଇଥିବା ଯାଚିକା ଉପରେ କୋର୍ଟ କହିଛନ୍ତି କି, ସେହି ସବୁ ସମ୍ପତ୍ତି ୨୬ଟି କାର, ଯାହା ଅପରାଧର ଅଂଶ ବିଶେଷ, ତେଣୁ ସେସବୁକୁ ତୁରନ୍ତ ଇଡି ନିଜ କବଜାକୁ ନେବାକୁ କହିଛନ୍ତି।  

Leave a Reply

Your email address will not be published. Required fields are marked *