ଦୁଇ ଦିନିଆ ଋଷ ଗସ୍ତରେ ଜୟଶଙ୍କର

Spread the love

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଦୁଇ ଦିନିଆ ଋଷ ଗସ୍ତରେ ଯାଇ ମସ୍କୋରେ  ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର। ଜୟଶଙ୍କରଙ୍କ ଏହି ବିଦେଶ ଗସ୍ତ ଉପରେ ରହିଛି ସାରା ବିଶ୍ବର ନଜର। ତେବେ ଜୟଶଙ୍କରଙ୍କ ଗସ୍ତ କାଳରେ ମସ୍କୋରେ ସେଠାକାର ବିଦେଶ ମନ୍ତ୍ରୀ ସର୍ଗେ ଲାଭରୋଭଙ୍କ ସହ ବହୁ ମୁଦ୍ଦାରେ ଆଲୋଚନା ହେବାର ରହିଛି।

ଜୟଶଙ୍କର ଋଷରେ ପହଞ୍ଚିବାର ଗୋଟିଏ ଦିନ ପୂର୍ବରୁ ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଭାରତ ଓ ଋଷ ବିଭିନ୍ନ ଚାପ ସତ୍ତ୍ବେ ଏକ ସନ୍ତୁଳିତ ଓ ସମାନ ବୈଶ୍ବିକ ବ୍ୟବସ୍ଥା ମଧ୍ୟରେ ବହୁ ଧ୍ରୁବୀୟ ଦୁନିଆ ଗଢିବାକୁ ଏକ ସାଙ୍ଗରେ ରହିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି, ଦୁଇ ଦେଶ ୟୁଏନ ଚାର୍ଟର ମୁତାବକ ଜରୁରୀ ମୁଦ୍ଦା ଓ ନିୟମଗୁଡିକୁ ସମର୍ଥନ କରୁଛନ୍ତି। ବୈଶ୍ବିକ ଏକଛତ୍ରବାଦକୁ ସମ୍ପୂର୍ଣ୍ଣ ରୂପେ ମାତ ଦେଇ ଏକ ଏମିତି ଏକ ଅଜେଣ୍ଡାର ସୃଷ୍ଟି କରିବା ଯାହା ସବୁ ଦେଶକୁ ଅନୁକୂଳ ହେବ ବୋଲି କୁହାଯାଇଛି।

ତେବେ ଉଭୟ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ବ୍ୟାପାର, ନିବେଶ, ଶକ୍ତି କ୍ଷେତ୍ର ଓ କାରବାର ପାଇଁ ନାସନାଲ କରେନ୍ସର ଉପଯୋଗ ପରି ମୁଦ୍ଦା ଉପରେ ଆଲୋଚନା ହେବା ସହ ଏସିଆ ପ୍ରଶାନ୍ତ କ୍ଷେତ୍ରରେ ଏକ ସୁରକ୍ଷା ବଳୟ ସୃଷ୍ଟି କରିବା ଉପରେ ମଧ୍ୟ ଜୋର ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *