ଜୈନ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀ କରିବାକୁ ଘୋର ବିରୋଧ

Spread the love

ଗିରିଡିହ: ଝାରଖଣ୍ଡରେ ଥିବା ଜୈନ ଧର୍ମାବଲମ୍ବୀଙ୍କ ମନ୍ଦିର ସମ୍ମେଦ ଶିଖରଜିକୁ ପର୍ଯ୍ୟଟନ ସ୍ଥଳୀରେ ସୂଚିବଦ୍ଧ କରିବାକୁ ଦେଶ ବ୍ୟାପୀ ବିରୋଧ କରାଯାଉଛି। ଏପରି ପଦକ୍ଷେପ ଦ୍ବାରା ମନ୍ଦିରର ପବିତ୍ରତା ନଷ୍ଟ ହୋଇଯିବ ବୋଲି ଜୈନ ସମ୍ପ୍ରଦାୟ ଲୋକଙ୍କ ଅଭିଯୋଗ। ଏସମ୍ବନ୍ଧରେ ଘୋଷଣା ନୂଆ ହୋଇ ନ ଥିବା ବେଳେ କିନ୍ତୁ ବିରୋଧର ଉଗ୍ରତାକୁ ଦେଖି କେନ୍ଦ୍ର ରାଜ୍ୟ ସରକାରକୁ ସଂଶୋଧନ ଆଣିବାକୁ କହିଛି।

ଗିରିଡିହ ଜିଲ୍ଲାର ପାରସନାଥ ପାହାଡ ଉପରେ ସ୍ଥିତ ସମ୍ମେଦ ଶିଖରଜୀକୁ ଉଭୟ ଦିଗମ୍ବର ଓ ଶ୍ବେତାମ୍ବର ସମ୍ପ୍ରଦାୟର ସବୁଠାରୁ ବଡ ତୀର୍ଥସ୍ଥଳ ମାନ୍ୟତା ଦିଆଯାଇଛି। ଏବେ ଏହି ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳି କରିବାକୁ ହୋଇଥିବା ଘୋଷଣା ପରେ ଜୈନ ଧର୍ମାବଲମ୍ବି ଏହାକୁ ବିରୋଧ କରୁଛି।  ବିରୋଧକୁ ଦେଖି କେନ୍ଦ୍ର ଘୋଷଣାରେ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାରକୁ କହିଥିବା ବେଳେ ହେମନ୍ତ ସୋରେନଙ୍କ ନେତୃତାଧୀନ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସ ସରକାର କେନ୍ଦ୍ର ମୂଳ ନୋଟିଫିକେଶନ ଦେଇଥିବାରୁ କେନ୍ଦ୍ରକୁ ଏହା ଉପରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହୁଚି। . ସୋରେନ କହିଛନ୍ତି, ଆମେ ସବୁ ଧର୍ମକୁ  ସମ୍ମାନ ଦେଉ। ଏହି ମାମଲାକୁ ଗମ୍ଭୀରତା ସହ ନେଇ ନିର୍ଣ୍ଣୟ ନିଆଯିବ। ଏହି ମାମଲାକୁ ମୁଁ ବର୍ତ୍ତମାନ ବିସ୍ତାର ଭାବେ ଦେଖିନାହିଁ, କିନ୍ତୁ ଏହା କେନ୍ଦ୍ରର ଅଧିସୂଚନାକୁ ନେଇ।  

Leave a Reply

Your email address will not be published. Required fields are marked *