ଜୈନଙ୍କ ଜାମିନ ଆବେଦନ ବିଶେଷ ଅଦାଲତକୁ ସ୍ଥାନାନ୍ତର

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତରେ ମନି ଲଣ୍ଡରିଂ ମାମଲା ରେ ଆପର ନେତା ସତେନ୍ଦ୍ର ଜୈନଙ୍କ ବିରୋଧରେ ଅଦାଲତ କାର୍ଯ୍ୟ ଉପରେ ରୋକ ଲାଗିଲା। ଏହି ମାମଲାକୁ ବିଶେଷ ଅଦାଲତକୁ ଟ୍ରାନ୍ସଫର କରିବାକୁ ଇଡି ଦାବି କରିଥିଲା। ଏହା ପରେ କୋର୍ଟ ଶୁଣାଣି ଉପରେ ରୋକ ଲଗାଇଦେଇଛନ୍ତି।

ଗତ ୧୫ ସେପ୍ଟେମ୍ବରକୁ ଆଡିସିନାଲ ସଲିସିଟର ଜେନେରାଲ ଏସ ବି ରାଜୁ ଇଡି ପକ୍ଷରୁ ଆବେଦନ କରିଥିଲା ଓ ମାମଲାକୁ ବିଶେଷ ବିଚାରପତି ଗୀତାଞ୍ଜଳି ଗୋଏଲଙ୍କ କୋର୍ଟକୁ ଟ୍ରାନ୍ସଫର କରିବାକୁ ଦାବି କରିଥିଲେ। ଇଡି ପକ୍ଷରୁ କୁହାଯାଇଥିଲା କି, ଯେତେବେଳେ ସତ୍ୟେନ୍ଦ୍ର ଜୈନଙ୍କ ଯାଚିକା ଉପରେ ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା, ଇଡି ଅଧିକ ସମୟ ମାଗିଥିଲା। ସେପଟେ ଏଏସଜି ରାଜୁ ପ୍ରଧାନ ଜିଲ୍ଲା ବିଚାରପତି ବିନୟ କୁମାର ଗୁପ୍ତାଙ୍କୁ ନିଜ ଆବେଦନ ଜଣାଇଥିଲେ। ଏହି ମାମଲାରେ ଆଗାମୀ ଶୁଣାଣି ସେପ୍ଟେମ୍ବର ୩୦ରେ ହେବ।

ଏହି କାର୍ଯ୍ୟକୁ ନେଇ ଦ୍ବିତୀୟ ପକ୍ଷ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଶେଷ ପର୍ଯ୍ୟାୟରେ କାହିଁ ମାମଲାର ଟ୍ରାନ୍ସଫର ପାଇଁ ଦାବି ହୋଇଛି। ଏହା ପୂର୍ବରୁ ମଧ୍ୟ ହୋଇଥାନ୍ତା।

Leave a Reply

Your email address will not be published. Required fields are marked *