ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁରର ଐତିହାସିକ ସୂର୍ଯ୍ୟମହଲ

କୋରାପୁଟ: ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ଜୟପୁରର ଐତିହାସିକ ସୂର୍ଯ୍ୟମହଲ। ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ୪ଟି ମହଲା ମଧ୍ୟରୁ କୋରାପୁଟ ଜିଲ୍ଲା ଜୟପୁର ଠାରେ ଥିବା ସୂର୍ଯ୍ୟମହଲ ଅନ୍ୟତମ। ବିଶାଖାପାଟନମରେ ଦୁଇଟି ମହଲ ଓ ଜୟପୁରରେ ଦୁଇଟି ମହଲ ରହିଥିବା ବେଳେ ଜୟପୁର ସ୍ଥିତ ସୂର୍ଯ୍ୟମହଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ରକ୍ଷାଣ ବେକ୍ଷଣା ଅଭାବ ସାଙ୍ଗକୁ ପରିବାରର ସଦସ୍ୟଙ୍କ ଦାଇତ୍ୱହୀନତା ଯୋଗୁଁ ଧିରେ ଧିରେ ଲୋପ ପାଇବାକୁ ଯାଉଛି। ଗତ ୧୫ ଦିନର ଲଘୁଚାପର ପ୍ରଭାବରେ ଲଗାଣ ବର୍ଷା କାରଣରୁ ସୂର୍ଯ୍ୟମହଲ ଭୁଶୁଡିବାର ସନ୍ଦେହ ଦେଖା ଦେଇଛି। ସୂର୍ଯ୍ୟ ମହଲର ସୁରକ୍ଷା ଓ ଏହାର ରକ୍ଷଣା ବେକ୍ଷଣାର ପଦକ୍ଷେପ ନେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବିମାନେ ରାଜ ପରିବାର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିବା ସହ ଏହାକୁ ମ୍ୟୁଜିଅମ କିମ୍ୱା ଲାଇବ୍ରେରୀ କରିବା ପାଇଁ ଦାବି କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *