ଜାକଲିନ ପଟିଆ ହାଉସ କୋର୍ଟରେ ହଜାର

Spread the love

ନୂଆଦିଲ୍ଲୀ: ମହାଠକ ଚନ୍ଦ୍ରଶେଖର ଦ୍ବାରା ହୋଇଥିବା ୨୦୦ କୋଟିର ମନି ଲେଣ୍ଡରିଂ ମାମଲାରେ ତାଙ୍କ ସହଯୋଗୀ ତଥା ପ୍ରେମିକା ଜାକଲିନ ଫର୍ନାଡିସଙ୍କ ବିରୋଧରେ ହୋଇଥିବା ମାମଲାରେ ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଛି। ଆଗାମୀ ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୋମବାର ଜାକଲିନ  କୋର୍ଟରେ ହାଜର ହୋଇଥିବା ବେଳେ ଅଭିଯୁକ୍ତ ବିରୋଧରେ ବୁଦ୍ଧିମତାର ସହ ଅଭିଯୋଗ ଆଣିବାକୁ ଇଡିକୁ କୋର୍ଟ କହିଛନ୍ତି। ଏଥିସହ ତଦନ୍ତକାରୀ ଅଧିକାରୀ ଠିକ ସମୟରେ କୋର୍ଟରେ ହାଜର ନ ହେବାରୁ ଭର୍ତ୍ସନା କରିଛନ୍ତି।  ସ୍ବତନ୍ତ୍ର ବିଚାରପତି ଜଷ୍ଟିସ ଶୈଳେନ୍ଦ୍ର ମଲିକ ପଟିଆଲା ହାଉସ କୋର୍ଟରେ ସୋମବାର   ଶୁଣାଣି କରି ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ  ମନି ଲେଣ୍ଡରିଂ ମାମଲାରେ  ପ୍ରତ୍ୟେକ ଅଭିଯୁକ୍ତଙ୍‌କ ଭୂମିକା ଉପରେ ଯୁକ୍ତି ବାଢିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତଙ୍କ ଓକିଲଙ୍କୁ ମଧ୍ୟ ଦୋଷୀମାନଙ୍କ ସମ୍ବନ୍ଧରେ ଲିଖିତ ଦସ୍ତାବିଜ ଦାଖଲ କରିବାକୁ କହିଛନ୍ତି।

କୋର୍ଟ ଆହୁରି କହିଥିଲେ କି, ଲୋକମାନେ ଆମ କଡା ଆଇନ ପାଇଁ ଜାମିନ ନ ପାଇ ଜେଲରେ ରହୁଛନ୍ତି। ସେମାନେ ସ୍ବଚ୍ଛ ଟ୍ରାଏଲ ପରି ସେମାନଙ୍କ ଅଧିକାର ଆଶା କରୁଛନ୍ତି। ତେଣୁ ଆପଣ ବୁଦ୍ଧିମତାର ସହ ଯୁକ୍ତି ଉପସ୍ଥାପନ କରନ୍ତୁ। ଆପଣ ଲିଖିତ ଭାବେ ଦସ୍ତାବିଜ ଦେବା ଦ୍ବାରା ଏହା ଜେଲରେ ଥିବା ଅଭିଯୁକ୍ତଙ୍କ ବିଶ୍ବାସଭାଜନ ହୋଇପାରିବ ବୋଲି କହିଛନ୍ତି କୋର୍ଟ। କୋର୍ଟଙ୍କୁ ତାଙ୍କ ବିରୋଧରେ ହୋଇଥିବା ତଦନ୍ତର ଲିଖିତ ରିପୋର୍ଟ ପାଇଁ ଜାକଲିନ ଆବେଦନ କରିଥିଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳ ନିଜ ଚାର୍ଜସିଟରେ ଅଭିନେତ୍ରୀ ଜାକଲିନଙ୍କୁ ଚନ୍ଦ୍ରଶେଖରର ସହଯୋଗୀ ଦର୍ଶାଇଛି ମନି ଲେଣ୍ଡରିଂ ମାମଲାରେ। ତେଣୁ ଜାକଲିନଙ୍କୁ ଗିରଫ କରିବାକୁ ଇଡି ଦାବି କରୁଛି। ମୁକେଶ ଓ ଜାକଲିନଙ୍କୁ ଭେଟ କରିଥିବା ପିଙ୍କି ଇରାନୀଙ୍କଠାରୁ ମଧ୍ୟ ଇଓଡବ୍ଲୁ ତିନି ଦିନ ଧରି ପଚରାଉଚରା କରିଛି। ନଭେମ୍ବର ମାସରେ ଜାକଲିନଙ୍‌କୁ ଜାମିନ ପ୍ରଦାନ କରାଯାଇଥିଲା।   

Leave a Reply

Your email address will not be published. Required fields are marked *