ମା ରାମଚଣ୍ଡୀଙ୍କ ଜଳଶାୟୀ ଉତ୍ସବ

ପୁରୀ : ଦୋଳମଣ୍ଡପ ସାହି ଜେନାରିଗଛ ଛକ ସ୍ଥିତ ମା ରାମଚଣ୍ଡୀ ଠାକୁରାଣୀଙ୍କ ଜଳଶାୟୀ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଜଳକ୍ରୀଡ଼ା ଏକାଦଶୀ ତିଥିରେ ମନ୍ଦିର ଦ୍ୱାରଫିଟା, ମଙ୍ଗଳଆଳତି, ଅବକାଶ, ବାଳଭୋଗ, ସଙ୍ଖୁଡ଼ି ଭୋଗ ବଢିବା ପରେ ମାଙ୍କ ଆସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା । ସେବକ ମାନେ କୂଅରୁ ଗରାରେ ଜଳଆଣି ମାଙ୍କ ଅସ୍ଥାନ ନିକଟରେ ରଖିଥିଲେ । ମାଙ୍କ ପୂଜକ ଉକ୍ତ ଜଳରେ ଅଗୁର, ଚନ୍ଦନ, ଚୂଆ, କେଶର, ସୁବାସିତ ପୁଷ୍ପ ମିଶ୍ରଣ କରିବା ପରେ ମାଙ୍କ ମସ୍ତକରେ ଜଳଲାଗି କରିଥିଲେ । ପରେ ପଣା ଭୋଗ କରାଯାଇଥିଲା । ସଂଧ୍ୟାରେ ମାଙ୍କ ଆସ୍ଥାନରୁ ଜଳ ନିଷ୍କାସନ କରାଯାଇଥିଲା । ମାଙ୍କୁ ଚନ୍ଦନ ବେଶରେ ସଜ୍ଜତି କରାଯାଇ ସଂଧ୍ୟା ଆଳତି କରାଯାଇଥିଲା । ସ୍ଥାନୀୟ ବହୁ ଶ୍ରଦ୍ଧାଳୁ ମାଙ୍କ ଜଳଶାୟୀ ଓ ବେଶ ଦର୍ଶନ କରିଛନ୍ତି । ରାତିରେ ମାଙ୍କୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯାଇଛି । ଏହି ଅବସରରେ ମନ୍ଦିରକୁ ଉଜ୍ୱଳ ଆଲୋକରେ ସଜ୍ଜିତ କରାଯାଇଛି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *