ଚଳଚଞ୍ଚଳ ମଥୁରା ନଗରୀ

Spread the love

ସାରା ଦେଶରେ ଧୁମଧାମରେ ପାଳନ ହୋଇଛି ଜନ୍ମାଷ୍ଟମୀ। ଏନେଇ ଚଳଚଞ୍ଚଳ ମଥୁରା ନଗରୀ। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୃଷ୍ଣ ସହର ମଥୁରା ଗସ୍ତ କରିବେ। ଏହି ଗସ୍ତ ସମୟରେ ଶ୍ରୀକୃଷ୍ଣ ଉତ୍ସବ ୨୦୨୨ ଏବଂ ଅନ୍ନପୂର୍ଣ୍ଣା ଭବନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିବେ ବୋଲି ଜଣାପଡିଛି। ଏହି ଅନ୍ନପୂର୍ଣ୍ଣା ଭୋଜନାଳୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୬୦୦ ଲୋକ ଏକାଠି ବସି ପ୍ରସାଦ ସେବନ କରିପାରିବେ। ତେବେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ଶର୍ମା, ପର୍ଯ୍ୟଟନ ମନ୍ତ୍ରୀ ଜଗବୀର ସିଂ ଯୋଗ ଦେବେ।

Leave a Reply

Your email address will not be published. Required fields are marked *