ଜାପାନ ଆମ୍ବାସୀରେ ବିଦେଶମନ୍ତ୍ରୀ

Spread the love

ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ଦିନ ଜାପାନ  ଆମ୍ବାସୀକୁ ଗସ୍ତ କରିଛନ୍ତି। ଆମ୍ବାସୀରେ ଜାପାନ ରାଜଦୂତ ସାତୋସି ସୁଜୁକିଙ୍କୁ ଭେଟି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅକାଳ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶୁକ୍ରବାର ଦିନ ଆବେଙ୍କୁ ଏକ ସଭାରେ ଗୁଳିମାଡ କରାଯାଇଥିଲା। ଏଥିରେ ତାଙ୍କ ମୃତ୍ୟୁ ହୋଇଥିଲା। ସ୍ବର୍ଗତ ଆବେ ବିଶ୍ବର ଜଣେ ଜନପ୍ରିୟ ନେତା ଥିଲେ। ତାଙ୍କ ବିୟୋଗରେ ଆଜି ଭାରତ, ନେପାଳ ଓ ବିଭିନ୍ନ ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି।

ସେପଟେ, ଜୟଶଙ୍କରଙ୍କ ଗସ୍ତକୁ ନେଇ ଜାପାନ ରାଷ୍ଟ୍ରଦୂତ  ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *