ଲଭ ଜିହାଦ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଗଲା ଝାରଖଣ୍ଡ ପୋଲିସ୍‌

Spread the love

ରାଞ୍ଚି : ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଲଭ ଜିହାଦ ମାମଲାର ଯାଂଚ କରିବାକୁ ରାଞ୍ଚି ପୋଲିସ୍ ଗୁରୁବାର ଦିନ ମୁମ୍ବାଇ ଯାଇଛି । ମୁମ୍ବାଇରେ ରହୁଥିବା ମଡେଲକୁ ରାଞ୍ଚି ପୋଲିସ୍ ପଚରାଉଚୁରା କରିବ ଏବଂ ପରେ ମାମଲାର ସୂଚନା ନେବ । ଏହାସହ ମଡେଲଙ୍କ ବୟାନ ରେକର୍ଡ  କରିବ ।

ବିହାରର ଭାଗଲପୁରର ରହୁଥିବା ଏକ ମଡେଲ ରାଞ୍ଚିର ଏକ ମଡେଲିଙ୍ଗ ସ୍କୁଲର ପରିଚାଳକ ତନବୀର ଅଖତର ଉପରେ ଧୋଖା ଦେବା, ବିବାହ କରିବା ପାଇଁ ଧର୍ମ ପରିବର୍ତନର ଚାପ ସୃଷ୍ଟି କରିବା ଏବଂ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ମୁମ୍ବାଇର ବର୍ସୋବା ଥାନାରେ ମଙ୍ଗଳବାର ଦିନ ତନବୀରର ବିରୋଧରେ ଏଫଆଇଆର କରିଥିଲେ । ଏଫ୍‌ଆଇଆର୍ ଦିନ ମୁମ୍ବାଇ ପୋଲିସ୍ ଝାରଖଣ୍ଡ ଟ୍ରାଂସଫର କରିଦେଇଛି । ଗୌନ୍ଦା ଥାନାରେ କେସ ଦର୍ଜ କରିନିଆ ଯାଇଛି । ରାଞ୍ଚି ପୋଲିସ୍ ଏହି ମାମଲାର ଯାଂଚ କରୁଛି । କେସ୍‌ର ଯାଞ୍ଚର ଦାୟିତ୍ୱ ଏସ୍‌ଆଇ ବିବେକ କୁମାରଙ୍କ ପାଖରେ ଅଛି । ପୋଲିସ୍ ଅଭିଯୁକ୍ତ ତନବୀର ଅଖତର ସହିତ ସମ୍ପର୍କ ସ୍ଥାପିତ କରିବାକୁ ଚେଷ୍ଟାରେ ଅଛି ।

Leave a Reply

Your email address will not be published. Required fields are marked *