ଚିକିତ୍ସାଧୀନ ଅବସ୍ଥାରେ ଜୁମର ମୃତ୍ୟୁ

Spread the love

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଗୁଳିରେ ଆହତ ସେନାର ତାଲିମପ୍ରାପ୍ତ କୁକୁର ଜୁମ ଶେଷରେ ଜୀବନ ଯୁଦ୍ଧରେ ଆଖି ବୁଜିଛି। ଗୁରୁବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ଜମ୍ମୁ କାଶ୍ମୀରର ଅନନ୍ତ ନାଗରେ ସେନା ଓ ଆତଙ୍କୀ ଗୁଳିବିନିମୟ କାଳରେ ଆତଙ୍କୀଙ୍କ ଗୁଳିର ଶିକାର ହୋଇ ଚିକିତ୍ସିତ ହେଉଥିଲା ଜିମ।

ଜୁମ ଆତଙ୍କୀଙ୍କୁ ଠାବ କରିବାରେ ଥିଲା ସିଦ୍ଧହସ୍ତ। ରବିବାର  ଅନନ୍ତନାଗର ତଙ୍ଗପାୱାରେ କିଛି ଆତଙ୍କବାଦୀ ଲୁଚି ରହିବାର ସୂଚନା ମିଳିଥିଲା ସେନାକୁ। ସୂଚନା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା ଓ ଲୁଚି ରହିଥିବା ଆତଙ୍କୀଙ୍କୁ ଠାବ କରିଥିଲା ଜୁମ୍‌। ଏହା ପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ। ଦୁର୍ଭାଗ୍ୟ ଜୁମ ଦେହରେ ଆତଙ୍କୀଙ୍କ ଦୁଇଟି ଗୁଳି ବିଦ୍ଧ ହୋଇଥିଲା। ଆଡଭାନ୍ସ ଫିଲ୍ଡ ଭେଟେନାରୀ ହସ୍ପିଟାଲରେ ତାର ଚିକିତ୍ସା ଚାଲିଥିଲା।

Leave a Reply

Your email address will not be published. Required fields are marked *