ରୋଜଗାର ମେଳା ଯୁବକ ମାନଙ୍କୁ ଶକ୍ତିଶାଳୀ କରିବାକୁ ଏକ ପ୍ରୟାସ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Spread the love

ନୂଆଦିଲ୍ଲୀ : ରୋଜଗାର ମେଳା ଯୁବକ ମାନଙ୍କୁ ଶକ୍ତିଶାଳୀ କରିବା ଓ ରାଷ୍ଟ୍ରୀୟ ବିକାଶରେ ସେମାନଙ୍କର ଭାଗିଦାରୀକୁ ସୁନିଶ୍ଚିତ କରିବାର ଏକ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କହିଛନ୍ତି ।

ମଙ୍ଗଳବାର ଦିନ ଭିଡିଓ କନଫ୍ରେନ୍ସିଂ ଜରିଆରେ ରୋଜଗାର ମେଳା ଜରିଆରେ ସରକାରୀ ବିଭାଗ ମାନଙ୍କରେ ନବ ନିଯୁକ୍ତ ଭର୍ତି ପାଇଁ ପାଖାପାଖି ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବା ପରେ ସେ ନିଜର ସମ୍ବୋଧନରେ ଏହା କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ – ଆଜି ୭୦ ହଜାରରୁ ଅଧିକ ଯୁବକ ମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ସରକାରୀ ନିଯୁକ୍ତି ମିଳୁଛି । ଆପଣ ମାନେ ସମସ୍ତେ କଡା ପରିଶ୍ରମ କରି ସଫଳତା ହାସଲ କରିଛନ୍ତି । ମୁଁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ରୋଜଗାର ମେଳାର ଆୟୋଜନ ସାରା ଦେଶର ୪୫ଟି ସ୍ଥାନରେ କରାଯାଇଛି । ଯେଉଁ ସବୁ ପଦ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ସେଥିରେ ରହିଛି ଗ୍ରାମୀଣ ଡାକସେବକ, ଡାକ ଇନିସ୍‌ପେକ୍ଟର, କମର୍ସିଆଲ-କମ୍‌-ଟିକେଟ କ୍ଲର୍କ, ଟ୍ରାକ୍ ମେଣ୍ଟେନରସ, ସହକାରୀ ସେକସନ୍ ଅଫିସର, କନିଷ୍ଠ କିରାଣି, ଉପଖଣ୍ଡୀୟ ଅଧିକାରୀ, ଟିକସ ସହାୟକ, ସହକାରୀ ପ୍ରବର୍ତ୍ତନ ଅଧିକାରୀ, ଇନିସ୍‌ପେକ୍ଟର, ନର୍ସିଂ ଅଫିସର, ସହକାରୀ ନିରାପତ୍ତା ଅଧିକାରୀ, ଆଗ୍ନିକ, ସହକାରୀ ଆକାଉଣ୍ଟସ୍ ଅଫିସର, ସହକାରୀ ଅଡିଟ୍ ଅଫିସର, ଡିଭିଜିନାଲ ଅକାଉଣ୍ଟା, ଅଡିଟର, କନ୍‌ଷ୍ଟେବଲ, ହେଡ୍ କନଷ୍ଟେବଲ, ସହକାରୀ କମାଣ୍ଡାଣ୍ଟ, ପ୍ରିନ୍ସିପାଲ, ଟ୍ରେନ୍‌ଡ ଗ୍ରାଜୁଏଟ୍ ଟିଚର୍ସ, ସହକାରୀ ରେଜିଷ୍ଟ୍ରାର ଓ ସହକାରୀ ପ୍ରଫେସର ।

ନିଯୁକ୍ତି ସୃଷ୍ଟିକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଅଙ୍ଗୀକାର ପ୍ରକାଶ କରିଥିଲେ ରୋଜଗାର ମେଳା ତାହାର ଏକ ଅଂଶବିଶେଷ । ଏହି ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ଏବଂ ନିଯୁକ୍ତି ଆଶାୟୀଙ୍କୁ ଯଥାର୍ଥ କର୍ମନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଏ । ଯଥାର୍ଥ କର୍ମ ନିଯୁକ୍ତି ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଏ । ଯଥା କର୍ମ ନିଯୁକ୍ତି ଓ ରୋଜଗାର ପାଇଲେ ଯୁବ ସମାଜ ସଶକ୍ତ ହେବା ସହିତ ଜାତୀୟ ବିକାଶ ପ୍ରକ୍ରିୟାରେ ଯଥାର୍ଥ ସହଯୋଗ ଯୋଗାଇ ପାରିବେ ।

Leave a Reply

Your email address will not be published. Required fields are marked *