ଦେଶର ୫୦ ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଚନ୍ଦ୍ରଚୂଡ

Spread the love

ନୂଆଦିଲ୍ଲୀ: ବୁଧବାର ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେଇଛନ୍ତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ। ସିଜେଆଇ ଜଷ୍ଟିସ ୟୁ ୟୁ ଲଲିତଙ୍କ ପରେ ସେ ଏହି ସର୍ବୋଚ୍ଚ ନ୍ୟାୟିକ ପଦରେ ବସିଛନ୍ତି।  ତାଙ୍କୁ ବୁଧବାର ସକାଳୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ସେବା କରିବା ମୋର ପଆଥମିକତା ବୋଲି ଶପଥ ପାଠ ପରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି। ସେ ଏହି ଦାୟିତ୍ବରେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିବେ। ୨୦୨୪ ନଭେମ୍ବର ୧୦ରେ ସେ ସିଜେଆଇ ପଦରୁ ଅବସର ନେବେ।

ଜଷ୍ଟିସ ଚନ୍ଦ୍ରଚୂଡ ୧୯୫୯ ନଭେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଜଷ୍ଟିସ ଚନ୍ଦ୍ରଚୂଡ ଏଲଏଲବି କରିଥିଲେ। ଆମେରିକାର ହାୱର୍ଡ ଲ ସ୍କୁଲରୁ ଏଲଏଲଏମ ଓ ନ୍ୟାୟିକ ବିଜ୍ଞାନରେ ଡକ୍ଟେରେଟ ହାସଲ କରିଥିଲେ।  ଦୀର୍ଘ ବର୍ଷ ଓକିଲାତି କରିବାଥିଲେ।  ୧୯୯୮ରେ ସେ ଅତିରିକ୍ତ ସଲିସିଟର ଜେନେରାଲ ମଧ୍ୟ ନିଯୁକ୍ତ ହୋଇଥିଲେ।  ୨୦୧୬ ମେ ୧୩ରେ ସେ ହୋଇଥିଲେ ସୁପ୍ରିମକୋର୍ଟର ବିଚାରପତି। ଏହା ପୂର୍ବରୁ ୨୦୦୦ରୁ ୨୦୧୩ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟର ବିଚାରପତି ଥିଲେ। ଏହା ପରେ ୨୦୧୩ରେ ସେ ଇଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡ ବହୁ ସମ୍ବିଧାନିକ ପୀଠ ଓ ଐତିହାସିକ ନିଷ୍ପତ୍ତି ଶୁଣାଇଥିବା ଉଚ୍ଚତମ ନ୍ୟାୟାଳୟର ଖଣ୍ଡପୀଠର ଭାଗିଦାର ଥିଲେ। ସେସବୁ ମଧ୍ୟରୁ ଅଯୋଧ୍ୟା ଭୂମି ବିବଦ, ଜମ୍ମୁ ଆଇପିସିର ଧାରା ୩୭୭ ଅନ୍ତର୍ଗତ ସମଲିଙ୍ଗି ସମ୍ବନ୍ଧକୁ ସ୍ବୀକୃତି ପ୍ରଦାନ, ଆଧାର ଯୋଜନାକୁ ବୈଧତା ସହ ଯୋଡିବା ମାମଲା, ସବରିମଲା ମୁଦ୍ଦା, ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବା ପରି ବହୁ ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ଫୈସଲା ଶୁଣାଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ।

Leave a Reply

Your email address will not be published. Required fields are marked *