ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶ ବଳବତ୍ତ ରହିବ:  ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଗୁରୁବାର ଦିନ ହିଜାବ ମାମଲାରେ ଖଣ୍ଡିତ ରାୟ ଦେଇଛନ୍ତି। ଜଷ୍ଟିସ ହେମନ୍ତ ଗୁପ୍ତା ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ବିରୋଧରେ ଅପିଲକୁ ଖାରଜ କରିଦେଇଥିବା ବେଳେ ଜଷ୍ଟିସ ଏସ ଧୁଲିୟା ଏହାର ଶୁଣାଣି ପାଇଁ ଅନୁମତି ଦେଇଛନ୍ତି।  ଏହା ପରେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ କହିଛନ୍ତି, କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶ ବଳବତ୍ତର ରହିଛି। ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନକୁ ହିଜାବ ପିନ୍ଧି ଆସିବାକୁ ଦିଆଯିବ ନାହିଁ।  ଶିକ୍ଷାନୁଷ୍ଠାନରେ କୌଣସି ବି ଧର୍ମୀୟ ପ୍ରତୀକ ପାଇଁ କୌଣସି ସ୍ଥାନ ନାହିଁ। ତେଣୁ ସ୍କୁଲ କଲେଜ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଚାଲିବ। 

ଶିକ୍ଷାମନ୍ତ୍ରୀ ନାଗେଶ କହିଛନ୍ତି, ହିଜାବ ଉପରେ ପ୍ରତିବନ୍ଧକ ଜାରି ରହିଛି। ଯେମିତି କି ଆପଣମାନେ ଜାଣିଛନ୍ତି,  କର୍ଣ୍ଣାଟକ ଶିକ୍ଷା ଅଧିନିୟମ ଓ ନିୟମ କକ୍ଷ ଭିତରେ କୌଣସି ଧାର୍ମିକ ବସ୍ତୁକୁ ଅନୁମତି ନାହିଁ। ତେଣୁ ଏହା ସ୍ପଷ୍ଟ କି,  କୌଣସି ବି ଛାତ୍ରୀ କକ୍ଷାକୁ ହିଜାବ ପିନ୍ଧି ଆସି ପାରିବେ ନାହିଁ।

ସେପଟେ ସୁପ୍ରିମକୋର୍ଟଙ୍କ ଦ୍ବିମତ ଉପରେ କଂଗ୍ରେସ କହିଛନ୍ତି ଦେଶରେ ଆର୍ଥିକ ଅସମାନତା, ସାମାଜିକ ବିଭେଦ ଓ ରାଜନୈତିକ ଏକଛତ୍ରବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ କଂଗ୍ରେସ ଭାରତ ଯୋଡ ଯାତ୍ରା ମାଧ୍ୟମରେ ହିସାବ ମାଗିବ। ଦଳର ମହା ସଚିବ ଜୟରାମ ରମେଶ ଟ୍ବିଟ କରି କହିଛନ୍ତି, ହିଜାବ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡିତ ମତର ଅର୍ଥ, ଏହି ମାମଲା ଆଗକୁ ମଧ୍ୟ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରୁବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *